ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

Oct 02, 2026 - 16:09
ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି ରାଶି ଜାରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପାର୍ୱଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର ମାସରେ ହିଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ପଠାଇପାରନ୍ତି। ତେବେ ଏଥର ଅଯୋଗ୍ୟ ହେବା କିମ୍ୱା ବୈଷୟିକ ତ୍ରୁଟି କାରଣରୁ ଲକ୍ଷ ଲକ୍ଷ ଚାଷୀଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ ପଡ଼ିଛି, ତେଣୁ ଆପଣଙ୍କ ଷ୍ଟାଟସ ଠିକ ରହିବା ନିହାତି ଜରୁରୀ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପାଇବା ପାଇଁ ଚାଷୀମାନେ ନିଜର ଷ୍ଟାଟସ ଯାଞ୍ଚ କରିବା ଉଚିତ। ଯଦି ଆପଣଙ୍କ ଷ୍ଟାଟସ ଦେଖାଯାଉ ନାହିଁ, ତେବେ e-KYC ପ୍ରକ୍ରିୟା ପୂରଣ କରି ଭେରିଫିକେସନ କରାଇବା ଆବଶ୍ୟକ ହେବ। ଏହାକୁ ଘରେ ବସି ମଧ୍ୟ କରାଯାଇପାରିବ।

କେନ୍ଦ୍ର ସରକାର e-KYC ପ୍ରକ୍ରିୟାକୁ ବେଶ ସହଜ କରିଦେଇଛନ୍ତି। ଏବେ ଆପଣ କୌଣସି OTP କିମ୍ୱା ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ ବିନା ହିଁ e-KYC ସମ୍ପୂର୍ଣ୍ଣ କରିପାରିବେ। ଆପଣ ଚାହିଁଲେ ନିଜ ମୋବାଇଲରୁ ଫେସ ଅଥେଣ୍ଟିକେସନ (ମୁହଁ ଚିହ୍ନଟ) ମାଧ୍ୟମରେ ଏହାକୁ କରିପାରିବେ:

* ପ୍ରଥମେ ଆପଣ ‘PM KISAN GOI’ ର ଅଫିସିଆଲ ଆପ ଡାଉନଲୋଡ କରନ୍ତୁ।
* ଆପରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ୱର କିମ୍ୱା ଆଧାର ନମ୍ୱର ସାହାଯ୍ୟରେ ଲଗ-ଇନ କରନ୍ତୁ।
* ହୋମ ପେଜ୍ରେ ଆପଣଙ୍କୁ ’e-KYC’ କିମ୍ୱା ’Face Authentication’ ର ବିକଳ୍ପ ଦେଖାଯିବ, ସେଥିରେ କ୍ଲିକ କରନ୍ତୁ।
* ଏହା ପରେ ଆପ୍ର କ୍ୟାମେରା ଆପଣଙ୍କ ମୁହଁକୁ ସ୍କାନ କରିବ। ନିଜ ମୁହଁକୁ କ୍ୟାମେରା ସାମ୍ନାରେ ସିଧା ରଖନ୍ତୁ ଏବଂ ଆଖି ପତା ପକାନ୍ତୁ।
* ପ୍ରକ୍ରିୟା ଶେଷ ହେବା ମାତ୍ରେ ସ୍କ୍ରିନରେ ’e-KYC Successfully Completed’ ବାର୍ତ୍ତା ଆସିଯିବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।