ନାରୀ-ଶିଶୁ ନିର୍ଯାତନା ବନ୍ଦ ସହ ମଦ ନିଷେଧ ଦାବି

Oct 04, 2026 - 13:56
ନାରୀ-ଶିଶୁ ନିର୍ଯାତନା ବନ୍ଦ ସହ ମଦ ନିଷେଧ ଦାବି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ନାରୀ ନିର୍ଯାତନା ଓ ଶିଶୁ ନିର୍ଯାତନା ବନ୍ଦ କରିବା ସହ ମଦ ଓ ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ରାଉରକେଲା ସହରରେ ଅନୁଷ୍ଠିତ ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ମହିଳା ସମ୍ମିଳନୀରେ ଏହି ଦାବି କରାଯାଇଛି। ଏହାସହ ଇଣ୍ଟରନେଟରେ ଅଶ୍ଳୀଳତାର ପ୍ରସାର ବନ୍ଦ କରିବା, ରାଜ୍ୟରେ ଭିଡ ହିଂସା ଓ ଅପରାଧକୁ ବନ୍ଦ କରିବା, ସ୍କିମ ଓ୍ବାର୍କରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା, ପାଠ୍ୟପୁସ୍ତକ ତ୍ରୁଟିକୁ ସୁଧାରିବା ପାଇଁ ମହିଳା ସମ୍ମିଳନୀରେ ଦାବି ହୋଇଛି । ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସାଧାରଣ ସମ୍ପାଦିକା ଛବି ମହାନ୍ତିଙ୍କ ନେତୃତ୍ବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସର୍ବ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।