ପ୍ରବଳ ବର୍ଷା ନେଇ ଓଡିଶାକୁ ରେଡ ୱାର୍ଣ୍ଣିଂ

Aug 13, 2026 - 12:20
ପ୍ରବଳ ବର୍ଷା ନେଇ ଓଡିଶାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତର  ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ବଳୁଆ ହେବ । ଗୁରୁବାର  ଏହା ଅବପାତର ରୂପ ନେବ । ଏହା ପ୍ରଭାବରେ  ରାଜ୍ୟରେ ପ୍ରବଳ ବର୍ଷା ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ  ।   

ସମ୍ଭାବ୍ୟ ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ମୁହାଁଇବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ସେହିପରି ଯାଜପୁର, କଟକ,  ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ ଓ ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷାରୁ ତ୍ରାହି ପାଇବ ନାହିଁ । ଉତ୍ତର ଓଡ଼ିଶା,  ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ବର୍ଷା  ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

​​​​ଅନ୍ୟପଟେ, ଆଗାମୀ ୨୪ଘଣ୍ଟା ଯାଏଁ ବର୍ଷାରୁ ନିସ୍ତାର ମିଳିବ ନାହିଁ । ପ୍ରବଳ ବର୍ଷାରେ ଷ୍ଟିଲସିଟି ରାଉରକେଲାରେ ସ୍ଥିତି ବେହାଲ ହୋଇଛି । ସହରର ତଳି ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ଘେରରେ ରହିଥିବାବେଳେ ପାହାଡ଼ରୁ ନାଲିପାଣି ବୋହି ଆସୁଛି  । ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ  ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୧୫  ଓ ୧୬ ତାରିଖରେ ତାରିଖରେ ଉତ୍ତର ଓଡ଼ିଶାରେ  ପ୍ରବଳ ବର୍ଷା ଆଶଙ୍କା ଅଛି । ଗତ ୨୪ ଘଣ୍ଟାରେ  ପାରଳାଖେମୁଣ୍ଡିରେ ୨୯.୪, ଫୁଲବାଣୀରେ ୨୬.୮,  ମାଲକାନଗିରିରେ ୨୬.୬, ନବରଙ୍ଗପୁରରେ ୨୧.୨  ମିମି ବର୍ଷା ରେକର୍ଡ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।