ଫ୍ୟାଶନରେ ମହାକାଶ ସୁଟ
ଅଭିନେତା ତଥା ଉଦ୍ୟୋଗୀ କୁନାଲ କପୁର ଭାରତର ମହାକାଶର ବିଭିନ୍ନ କଥାକୁ ଫ୍ୟାଶନ୍ ଦୁନିଆରେ ପହଞ୍ଚାଇବା ପାଇଁ ‘ଏ ୪୭ ମର୍କ ’ ସହ ମିଳିତ ଭାବେ ‘ଇସ୍ରୋ’ ପ୍ରେରିତ ୬ଟି ବମ୍ବର୍ ଜ୍ୟାକେଟ୍ ଡିଜାଇନ୍ ଉନ୍ମୋଚନ କରିଛନ୍ତି । ଯେଉଁଥିରୁ ପ୍ରଶଂସକଙ୍କ ଭୋଟ୍ ଆଧାରରେ ଶ୍ରେଷ୍ଠ ୩ଟି ଡିଜାଇନ୍କୁ ଉତ୍ପାଦନ ପାଇଁ ଚୟନ କରାଯିବ । ଦେଶର ବୈଜ୍ଞାନିକ ତଥା ମହାକାଶର ବିଭିନ୍ନ କଥାକୁ କେବଳ ପାଠ୍ୟକ୍ରମରେ ସୀମିତ ନରଖି ଦୈନନ୍ଦିନ ପପ୍-କଲଚର ଓ ଫ୍ୟାଶନ୍ର ଅଂଶବିଶେଷ କରିବା ଲକ୍ଷ୍ୟରେ ଏଭଳି କରାଯାଇଛି । ସେ ସୋସିଆଲ୍ ମିଡିଆ ‘ଏକ୍ସ’ ରେ ଏହି ଜ୍ୟାକେଟ୍ ଗୁଡ଼ିକର ଫଟୋ ଶେୟାର କରି ନିଜ ଅନୁଗାମୀଙ୍କୁ ପସନ୍ଦର ଡିଜାଇନ୍ ବାଛିବାକୁ ଆହ୍ୱାନ ଦେଇଛନ୍ତି । ଏହି ସଂଗ୍ରହରେ ‘ଇସ୍ରୋ ବେଜ୍ ଗଗନଯାନ ଜ୍ୟାକେଟ୍’, ‘ବ୍ଲୁପ୍ରିଣ୍ଟ ଗ୍ରେ’, ‘ବ୍ଲୁପ୍ରିଣ୍ଟ ନେଭି ବ୍ଲୁ’, ‘ଇସ୍ରୋ ବମ୍ବର୍’, ‘ଇସ୍ରୋ ଲାଇଟ୍’ ଏବଂ ‘ଇସ୍ରୋ ସ୍ପୋର୍ଟସ ଷ୍ଟାଇଲ୍ ନେଭି ବ୍ଲୁ’ ଭଳି ଆଧୁନିକ ଷ୍ଟ୍ରିଟୱେୟାର ଶୈଳୀର ବିଭିନ୍ନ ବିକଳ୍ପ ରହିଛି । ଆମଦାନୀ ଓ ବ୍ୟବସାୟିକ ପ୍ରସ୍ତୁତି ପୂର୍ବରୁ ସାଧାରଣ ଲୋକଙ୍କୁ ନିଷ୍ପତ୍ତି ପ୍ରକ୍ରିୟାରେ ସାମିଲ କରିବାର ଏହି ଅଭିନବ ପ୍ରୟାସ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏକ ନୂତନ ଦିଗ ଲୋକଙ୍କ ପାଖରେ ପହଞ୍ଚାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।