ବଡ଼ ଘୋଷଣା: ଏବେ ଭତ୍ତା ଟଙ୍କା ହେଲା ଡବଲ୍‌, ଏଣିକି ପ୍ରତି ମାସରେ ଖାତାକୁ ଆସିବ…

Oct 30, 2026 - 14:08
ବଡ଼ ଘୋଷଣା: ଏବେ ଭତ୍ତା ଟଙ୍କା ହେଲା ଡବଲ୍‌, ଏଣିକି ପ୍ରତି ମାସରେ ଖାତାକୁ ଆସିବ…

ନୂଆଦିଲ୍ଲୀ,୩୦।୧୦: ବିଧବା ଏବଂ ଦିବ୍ୟାଙ୍ଗ ପେନସନ ୧,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨,୦୦୦ ଟଙ୍କା କରାଯାଇଛି। ଚଣ୍ଡୀଗଡ଼ ଶ୍ରମ କଲ୍ୟାଣ ବୋର୍ଡ (Labour Welfare Board)ର ୯ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ମାତୃତ୍ୱ ସହାୟତା ରାଶି ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଡିଜିଟାଲ ଶିକ୍ଷା ଯୋଜନା ଅଧୀନରେ ଲ୍ୟାପଟପ ପାଇଁ ୨୫,୦୦୦ ଟଙ୍କା ପ୍ରଦାନ କରାଯିବ।

କେବଳ ଏତିକି ନୁହେଁ, ଶ୍ରମ ସଚିବ ଅନୁରାଧା ଏସ. ଚଗାତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ’କନ୍ୟାଦାନ ଯୋଜନା’ର ପରିସରକୁ ମଧ୍ୟ ବୃଦ୍ଧି କରାଯାଇଛି। ଏବେ ସେଲ୍ଫ ଷ୍ଟଡି (ନିଜେ ପାଠପଢ଼ା) କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ବୃତ୍ତି (ସ୍କଲାରସିପ) ଦିଆଯିବ। ଏହାଦ୍ୱାରା ହଜାର ହଜାର ଶ୍ରମିକ ପରିବାର ଉପକୃତ ହେବେ।

ସୂଚନାଯୋଗ୍ୟ ଯେ, ପୂର୍ୱରୁ ଚଣ୍ଡୀଗଡ଼ରେ ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ପେନସନ ମାତ୍ର ୧,୦୦୦ ଟଙ୍କା ଥିଲା, ଯାହାକୁ ବୃଦ୍ଧି କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ହେଉଛି ପେନସନ ବୃଦ୍ଧି ଦ୍ୱାରା ଆବଶ୍ୟକ ଲୋକଙ୍କୁ ଆର୍ଥିକ ସହାୟତା ମିଳିବ ଏବଂ ସେମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରିବେ।

ବୋର୍ଡ ପକ୍ଷରୁ ଏକ ଡିଜିଟାଲ ଶିକ୍ଷା ଯୋଜନା ମଧ୍ୟ ଆରମ୍ଭ କରାଯାଇଛି। ଏହା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ଡିଜିଟାଲ ଡିଭାଇସ ତଥା ଲ୍ୟାପଟପ ପାଇଁ ୨୫,୦୦୦ ଟଙ୍କା ମିଳିବ। ତେବେ ଧ୍ୟାନ ଦେବା କଥା ଯେ, ଏହି ଅର୍ଥ ଜୀବନକାଳ ମଧ୍ୟରେ କେବଳ ଥରେ ହିଁ ପ୍ରଦାନ କରାଯିବ। ଏଥିସହ ଏହି ସମସ୍ତ ଯୋଜନାର ଲାଭ ର୍ନିଦ୍ଧାରିତ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ମିଳିବ।

ବର୍ତ୍ତମାନ କନ୍ୟାଦାନ ଯୋଜନା ଅଧୀନରେ ଅବିବାହିତ ମହିଳା କର୍ମଚାରୀମାନଙ୍କୁ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅନ୍ୟପକ୍ଷରେ, ସେଲ୍ଫ ଷ୍ଟଡି କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ସ୍କଲାରସିପ ଦିଆଯିବ। ଅର୍ଥାତ୍ ପାଠପଢ଼ାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ। ତେବେ ଏହି ଯୋଜନାଗୁଡ଼ିକର ସୁବିଧା ପାଇବାକୁ ହେଲେ ନିୟମ ଓ ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମାତୃତ୍ୱ ଲାଭ ଯୋଜନା ଅଧୀନରେ ଯୋଗ୍ୟ ମହିଳା କର୍ମଚାରୀଙ୍କୁ ୨୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ରାଶି ଦରମା ଏବଂ ପୋଷଣ ଜନିତ ଆବଶ୍ୟକତା ପୂରଣ ପାଇଁ ଦିଆଯିବ। ଏହା ବ୍ୟତୀତ ନବଜାତ ଶିଶୁ ନାମରେ ଏକ ର୍ନିଦ୍ଦିଷ୍ଟ ପରିମାଣର ଫିକ୍ସଡ ଡିପୋଜିଟ (FD) କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ମାତୃତ୍ୱ ସହାୟତା ବ୍ୟତୀତ ନବଜାତ ଶିଶୁ ନାମରେ ୧୦,୦୦୦ ଟଙ୍କାର FD (ଫିକ୍ସଡ ଡିପୋଜିଟ) କରାଯିବ। ଏହାଦ୍ୱାରା ଅନେକ ଲାଭ ମିଳିବ। ଏଫ୍ଡି ଉପରେ ସୁଧ ମିଳିବ ଏବଂ ସମୟ ପୂରଣ ହେବା ପରେ ମୂଳଧନ ସହ ସୁଧ ମଧ୍ୟ ଯୋଡ଼ି ହୋଇ ମିଳିବ। ଏହି ଅର୍ଥ ଶିଶୁର ଭବିଷ୍ୟତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ।

* ପେନସନ ବୃଦ୍ଧି ପରେ, ପୂର୍ୱରୁ ବାର୍ଷିକ ଯେଉଁ ୧୨,୦୦୦ ଟଙ୍କା ମିଳୁଥିଲା, ଏବେ ଆଉ ଅତିରିକ୍ତ ୧୨,୦୦୦ ଟଙ୍କାର ସହାୟତା ମିଳିବ (ମୋଟ ବାର୍ଷିକ ୨୪,୦୦୦ ଟଙ୍କା)।
* ମାଆ ଏବଂ ନବଜାତ ଶିଶୁ ଉଭୟଙ୍କ ପାଇଁ ଆର୍ଥିକ ସୁରକ୍ଷା ନିଶ୍ଚିତ ହେବ।
* ନବଜାତ ଶିଶୁ ନାମରେ ଏଫ୍ଡି ହେବା ଦ୍ୱାରା ତାର ଭବିଷ୍ୟତ ପାଇଁ ସଞ୍ଚୟ ହୋଇପାରିବ।
* ପାଠପଢ଼ା ପାଇଁ ଲ୍ୟାପଟପ କିଣିବାକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।
* ସେଲ୍ଫ ଷ୍ଟଡି ଠାରୁ ଆରମ୍ଭ କରି ବିବାହ ଖର୍ଚ୍ଚ ପର୍ଯ୍ୟନ୍ତ ସହାୟତା ମିଳିବ; ଅର୍ଥାତ୍ ବୋର୍ଡର ଏହି ନିଷ୍ପତ୍ତି ଦ୍ୱାରା ବହୁବିଧ ଲାଭ ହେବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।