ବିକ୍ରମ ପଣ୍ଡାଙ୍କୁ ସର୍ତ୍ତ ମୂଳକ ଜାମିନ

Aug 31, 2026 - 14:48
ବିକ୍ରମ ପଣ୍ଡାଙ୍କୁ ସର୍ତ୍ତ ମୂଳକ ଜାମିନ

ବ୍ରହ୍ମପୁର : ବହୁଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ । ମାନ୍ୟବର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨୦୨୫ ଅକ୍ଟୋବର ୨୨ ତାରିଖରେ ଗିରଫ ହୋଇଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । 

ସୂଚନାନୁସାରେ, ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଶେଷ ୩୯୬ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ବିକ୍ରମ ପଣ୍ଡାଙ୍କ ବିରୁଦ୍ଧରେ ସିଧାସଳଖ ହତ୍ୟା ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା, ଏବଂ ତାଙ୍କୁ ସଂଗଠିତ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୧୧  ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।