ବିଶ୍ୱ ଫଟୋଗ୍ରାଫି ଦିବସ

Aug 19, 2026 - 14:41
ବିଶ୍ୱ ଫଟୋଗ୍ରାଫି ଦିବସ


ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ବିଶ୍ୱ ଫଟୋଗ୍ରାଫି ଦିବସ ରୂପେ ପାଳନ କରାଯାଏ । ବିଶ୍ୱବ୍ୟାପୀ କୋଣ ଅନୁକୋଣରେ ଥିବା ଫଟୋଗ୍ରାଫରମାନଙ୍କୁ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଫ୍ରେଞ୍ଚ୍‌ର ଲୁଇସ୍‌ ଡଗ୍ୟୁରେ ଏବଂ ଜୋସେଫ୍‌ ନାଇସ୍‌ଫୋର୍‌ ନାଇ ୧୮୩୭ ମସିହାରେ ଡଗ୍ୟୁରେଟାଇପ୍‌ ନାମକ ଏକ ଫଟୋଗ୍ରାଫିକ୍‌ ପ୍ରୋସେସ୍‌ ବିକଶିତ କରିଥିଲେ । ଏହାର ଉଦ୍ଭୁାବନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି ଦିନ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୁଏ । ୧୮୩୯ ମସିହା ଜାନୁଆରୀ ୯ରେ ଫ୍ରେଞ୍ଚ୍‌ର ସାଇନ୍ସ ଏକାଡେମୀ ପକ୍ଷରୁ ଏହି ପ୍ରୋସେସ୍‌ ସମ୍ବନ୍ଧରେ ଘୋଷଣା କରାଯାଇଥିଲା । ତେବେ ଅଗଷ୍ଟ ୧୯ରେ ଫ୍ରେଞ୍ଚ୍‌ ସରକାର ଏହାର ପେଟେଣ୍ଟ୍‌କୁ କିଣିବା ସହିତ ଏହାକୁ ସମଗ୍ର ବିଶ୍ୱ ପାଇଁ ଦେୟମୁକ୍ତ କରିଦେଇଥିଲେ । ୧୮୬୧ ମସିହାରେ ଥୋମାସ୍‌ ସୁଟନ୍‌ ନାମକ ଜଣେ ବ୍ୟକ୍ତି ପ୍ରଥମ ସ୍ଥାୟୀ ରଙ୍ଗୀନ ଫଟୋଗ୍ରାଫ୍‌ ଉଠାଇଥିଲେ । ୨୦୧୦ ମସିହା ଅଗଷ୍ଟ ୧୯ରେ ବିଶ୍ୱ ଫଟୋଗ୍ରାଫୀ ଦିବସ ଏହାର ପ୍ରଥମ ବୈଷୟିକ ଗ୍ୟାଲେରୀ ସମ୍ବନ୍ଧରେ ଘୋଷଣା କରିଥିଲା । ଯେଉଁଥିରେ ପ୍ରାୟ ୨୭୦ଟି ଫଟୋଗ୍ରାଫର ସେମାନଙ୍କର ଫଟୋ ସେୟାର କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।