ଭୁବନେଶ୍ୱର ରେ ୟୁପି ପୋଲିସ ର ଛାପା
ଭୁବନେଶ୍ୱର : ଭୁବନେଶ୍ୱରରେ ୟୁପି ପୋଲିସ । ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଅଞ୍ଚଳରେ ଚଢ଼ାଉ କରୁଛି ଉତ୍ତରପ୍ରଦେଶ ପୋଲିସର ଛାପା । କିଛିମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡି ଧରାପିଡ଼ିଥିଲା । ପରେ ସେହି ଗାଡ଼ିଟି କିଛି ଦୋନମ୍ବରି କାମରେ ଲିପ୍ତ ଥିବା ଜଣାପଡିଥିଲା । ଡ୍ରାଇଭରକୁ କାବୁ କରିବା ପରେ ଓଡ଼ିଶାରେ ମାଲିକ ରହୁଥିବା କଥା କହିଥିଲା । ଖବର ମିଳିବା ପରେ ଆଜି ସକାଳୁ ଧଉଳି ଥାନା ପୋଲିସ ସହାୟତାରେ ଚଳାଇଛି ଛାପା । ତେବେ ଗାଡି ମାଲିକ କିଏ ଏବଂ କେଉଁ ଅପରାଧ ସହିତ ଜଡିତ ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।