ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

Aug 26, 2026 - 14:15
ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ମଙ୍ଗଳବାର ଖୁଚୁରା ବଜାରରେ ଚିନିର ଦାମ ପ୍ରାୟ ୧ ଟଙ୍କା ବଢ଼ି କିଲୋ ପିଛା ୬୪ ଟଙ୍କା ନିକଟରେ ପହଞ୍ଚିଛି। ସୋମବାର ଏହାର ହାରାହାରି ଦର କିଲୋ ପିଛା ୬୩.୦୫ ଟଙ୍କା ଥିଲା।

ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ନିରୀକ୍ଷଣ ପ୍ରଭାଗର ତଥ୍ୟ ଅନୁସାରେ, ଅଗଷ୍ଟ ୨୫ରେ ଚିନିର ସର୍ବଭାରତୀୟ ହାରାହାରି ଦର କିଲୋ ପିଛା ୬୩.୯୭ ଟଙ୍କା ରହିଥିଲା। ଏକ ମାସ ପୂର୍ବରୁ ଚିନିର ଦର କିଲୋ ପିଛା ୪୮.୮୧ ଟଙ୍କା ଥିଲା। ଅର୍ଥାତ୍‌ ଏକ ମାସ ମଧ୍ୟରେ ଚିନି ଦରରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ହୋଇଛି।
ସେହିପରି, ଗତ ବର୍ଷ ଅଗଷ୍ଟ ତୁଳନାରେ ଚିନି ଦର ପ୍ରାୟ ୩୮ ପ୍ରତିଶତ ଅଧିକ ରହିଛି। ଗତବର୍ଷ ଏହି ସମୟରେ ଚିନି କିଲୋ ପିଛା ପ୍ରାୟ ୪୬.୩୧ ଟଙ୍କାରେ ମିଳୁଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।