ମହାନଦୀ ଉପରେ ନିର୍ମାଣ ହେଉଛି ଆଉ ଏକ ସେତୁ, ୧୦୫ କୋଟିର ପ୍ରକଳ୍ପରେ ଜମି ଅଧିଗ୍ରହଣ ବାଧକ

Nov 02, 2026 - 23:35
ମହାନଦୀ ଉପରେ ନିର୍ମାଣ ହେଉଛି ଆଉ ଏକ ସେତୁ, ୧୦୫ କୋଟିର ପ୍ରକଳ୍ପରେ ଜମି ଅଧିଗ୍ରହଣ ବାଧକ

ନନ୍ଦିଘୋଷ ବ୍ୟୁରୋ:  ମହାନଦୀ ଛାତିରେ ଯୋଡ଼ି ହେବ ଆଉ ଏକ ସେତୁ। ବଦଳିବ ଯୋଗାଯୋଗର ମାଧ୍ୟମ। ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶକୁ ମିଳିବ ନୂଆ ଗତି। ବୌଦ୍ଧ ଜିଲ୍ଲାର ବାଉଁଶୁଣିଠାରେ ନିର୍ମାଣ ଚାଲିଛି ମହାନଦୀ ଉପରେ ଜିଲ୍ଲାର ଚତୁର୍ଥ ସେତୁ। ପ୍ରାୟ ୧୦୫କୋଟି ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ସେତୁ ଆରକେଡ଼ି ନାମକ ଠିକା ସଂସ୍ଥା ହାତକୁ ନେଇଛି l ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଅନ୍ୟପଟେ ଅଟକି ରହିଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ଆପ୍ରୋଚ୍ ରାସ୍ତା ପାଇଁ ଆବଶ୍ୟକ ଜମି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଧିଗ୍ରହଣ ହୋଇନଥିବାରୁ ପ୍ରକଳ୍ପର ଅଗ୍ରଗତି ନେଇ ଉଠିଛି ପ୍ରଶ୍ନ ।

ବୌଦ୍ଧ ଜିଲ୍ଲା ବାଉଁଶୁଣି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ସିଧାସଳଖ ଯୋଡିବ ସେତୁ l ଦୂରତା ମଧ୍ୟ ୫୦କିଲୋମିଟର କମିଯିବ l ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ କ୍ଷେତ୍ରରେ ଲୋକେ ସୁବିଧା ପାଇବେ l ତେବେ ଜମି ଅଧିଗ୍ରହଣ କେବେ ସରିବ? ନିର୍ଦ୍ଧାରିତ ସମୟ ମଧ୍ୟରେ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତ ? ଏବେ ଏହାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଏହି ସେତୁର ଦୂରତା ୧୭ଶହ ୮୪ ମିଟର ହୋଇଥିବାବେଳେ ୧ ଜୁଲାଇ ୨୦୨୭ ମଧ୍ୟରେ ଶେଷ ହେବାର କାଯ୍ୟ ଅବଧି ରହିଛି l ତେବେ ଏ ନେଇ କନ୍ଧମାଳ ସାଂସଦ ନିକଟରେ ବ୍ରିଜ କାମ ତଦାରଖ କରିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।