ମା' ମଝି ଘରିଆଣୀଙ୍କ ହୁଣ୍ଡି ଖୋଲିଲା

Aug 31, 2026 - 11:57
ମା' ମଝି ଘରିଆଣୀଙ୍କ ହୁଣ୍ଡି ଖୋଲିଲା

ରାୟଗଡ଼ା : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ହୁଣ୍ଡି ଗଣତି । ବିଭିନ୍ନ ସାମାଜିକ ସଙ୍ଗଠନର ୨୫୦ଜଣ ମହିଳା ଗଣତି କାର୍ଯ୍ୟରେ ସାମିଲ ଅଛନ୍ତି । ମାଆଙ୍କ ପୂଜାର୍ଚ୍ଚନା ପରେ ୨ ମାସ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇଛି । 

ଗତଥର ଦାନ ହୁଣ୍ଡିରୁ ନଗଦ ଏକ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ କେଜି ୧୩୦୦ ଗ୍ରାମ ରୂୁପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ଟି ବିଦେଶୀ ନୋଟ୍ ବାହାରିଥିଲାଭି । ଏହାସହ ୟୂପିଆଇ ସ୍କାନରରେ ୩ଲକ୍ଷ ୯୭ ହଜାର ୨୩୧ ଟଙ୍କା ମିଳିଛିଭି । ଏହାସହ ୩୨ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୁପା ଦାନହୁଣ୍ଡିରୁ ବାହାରି ଥିବା ଚଳିତ ଥର ୟୁନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଗଣତି ଟଙ୍କା ଜମା କରାଯିବଭି । ଏଥିପାଇଁ ବ୍ଯାଙ୍କର କର୍ମଚାରୀ ମାନେ ମଧ୍ଯ ଉପସ୍ଥିତ ରହିଛନ୍ତିଭି । ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ସାମିଲ ହୋଇଛନ୍ତି । ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି ।.

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।