ରଖନ୍ତୁ ପାଦର ଯତ୍ନ

Aug 11, 2026 - 15:56
ରଖନ୍ତୁ ପାଦର ଯତ୍ନ

 

ବର୍ଷା ଋତୁରେ ଅତ୍ୟଧିକ ଆର୍ଦ୍ରତା ଓ ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଜୋତା ଶୀଘ୍ର ଶୁଖିନଥାଏ, ଯାହାଫଳରେ ସେଥିରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ବୃଦ୍ଧି ପାଇଥାଏ । ଏହି କାରଣରୁ ଗମ୍ଭୀର ଦୁର୍ଗନ୍ଧ ସହ ଆଥଲେଟ୍ସ ଫୁଟ୍ ଓ କୁଜି ଭଳି ଚର୍ମ ସଂକ୍ରମଣର ଆଶଙ୍କା ବଢ଼ିଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କାନ୍ଭାସ୍, ଚମଡ଼ା (ଲେଦର) ଓ ଅଧିକ ଚିପା ଜୋତାରେ ବାୟୁ ଚଳାଚଳ କମ୍ ହେଉଥିବାରୁ ଏଗୁଡ଼ିକରେ ଫଙ୍ଗସ୍ ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଓଦା ଜୋତାର ଫିତା ଓ ଇନ୍ସୋଲ୍ ଅଲଗା କରି ସେଥିରେ ଖବରକାଗଜ ପୂରାଇ ପଙ୍ଖା ବା ଖୋଲା ବାୟୁ ଚଳାଚଳ କରୁଥିବା ସ୍ଥାନରେ ଶୁଖାଇବା ଉଚିତ୍ । ଦୁର୍ଗନ୍ଧ ଦୂର କରିବା ପାଇଁ ବେକିଂ ସୋଡ଼ା, ଶୁଖିଲା ଟି-ବ୍ୟାଗ୍, ହ୍ୱାଇଟ୍ ଭିନେଗାର୍ ସ୍ପ୍ରେ କିମ୍ବା ଆଣ୍ଟିଫଙ୍ଗାଲ୍ ପାଉଡର ବ୍ୟବହାର କରାଯାଇପାରିବ । ଏହାସହ ନିୟମିତ ପାଦକୁ  ଲୁଣ ପାଣିରେ ସଫା କରିବା, ସୂତା ବା କଟନ୍ ମୋଜା ପିନ୍ଧିବା, ନଖଗୁଡ଼ିକୁ ସଫା ରଖିବା ଏବଂ ଓଦା ହେବା ମାତ୍ରେ ଜୋତା-ମୋଜା ବଦଳାଇବା ଦ୍ୱାରା ପାଦର ଯତ୍ନ ସଠିକ୍ ଭାବେ ନିଆଯାଇପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।