ରଜନୀକାନ୍ତଙ୍କୁ ଭେଟିଲେ ସୁଜାତା କାର୍ତ୍ତିକେୟନ: ଜାଣନ୍ତୁ କାହିଁକି

Oct 24, 2026 - 08:16
ରଜନୀକାନ୍ତଙ୍କୁ ଭେଟିଲେ ସୁଜାତା କାର୍ତ୍ତିକେୟନ: ଜାଣନ୍ତୁ କାହିଁକି

ଅନୁଗୋଳ,୨୪ା୧୦ (ଜ୍ୟୋତିରଞ୍ଜନ ସାହୁ):ଅନୁଗୋଳର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ହସ୍ପିଟାଲରେ ପହଞ୍ଚି ରଜନୀକାନ୍ତଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ଚିକିତ୍ସା ଓ ସ୍ବାସ୍ଥ୍ୟରେ ଉନ୍ନତି ସମ୍ପର୍କରେ ଜାଣିବା ସହ ଶୀଘ୍ର ସୁସ୍ଥ ହୋଇ ଫେରିବା ନେଇ ଶୁଭକାମନା ଜଣାଇଥିଲେ। ସୂଚନା ଅନୁଯାୟୀ, ଗତ ସୋମବାର ରଜନୀକାନ୍ତ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରଜନୀକାନ୍ତଙ୍କୁ ଭେଟିବା ସମୟରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡି ନେତାମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।