ରାଜଧାନୀରେ ପରେଡ ଅଭିବାଦନ କରିବେ ମୁଖ୍ୟମନ୍ତ୍ରୀ

Aug 11, 2026 - 15:56
ରାଜଧାନୀରେ ପରେଡ ଅଭିବାଦନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ସ୍ୱାଧୀନତା ଦିବସ ସମାରୋହ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଧୀନତା ସମାରୋହରେ ଯୋଗ ଦେଇ ରାଜଧାନୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ ଜିଲ୍ଲାୱାରୀ କାର୍ଯ୍ୟକ୍ରମ ଓ ଦାୟିତ୍ୱ ବଣ୍ଟନ କରାଯାଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ପତାକା ଉତ୍ତୋଳନ କରିବେ। କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। 

ସେହିପରି କଟକରେ ସୁରେଶ ପୂଜାରୀ, ଅନୁଗୁଳରେ ରବି ନାରାୟଣ ନାଏକ, ମାଲକାନଗିରିରେ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାୟଗଡ଼ାରେ ମୁକେଶ ମହାଲିଙ୍ଗ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ । ଏହାସହ କନ୍ଧମାଳରେ ବିଭୂତି ଜେନା, ଖୋର୍ଦ୍ଧାରେ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀରେ ଗଣେଶ ରାମସିଂହ ଖୁଣ୍ଟିଆ ଏବଂ ବଲାଙ୍ଗୀରରେ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବେ। ୨ ଟି ଜିଲ୍ଲାରେ ଆରଡିସି ଏବଂ ଅନ୍ୟ ଜିଲ୍ଲାଗୁଡିକରେ ଜିଲ୍ଲାପାଳ ମାନେ ଯୋଗ ଦେଇ ପରେଡ ଅଭିବାଦନ ଗ୍ରହଣ କରିବେ । ସୁରକ୍ଷା ବ୍ୟବସ୍ଥା ସହ ସମାରୋହକୁ ସୁଚାରୁ ଭାବେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।