ଲଗାଣ ବର୍ଷା ଯୋଗୁଁ ରେଲୱେ ପ୍ଲାଟଫର୍ମ ସେଡ ଖସି ୪ ଆହତ
ରାଉରକେଲା : ସୋମବାର ସକାଳୁ ରାଉରକେଲାରେ ଆରମ୍ଭ ହୋଇଛି ଭୀଷଣ ବର୍ଷା । ରାସ୍ତାରେ ପାଣି ସୁଅ ଲହଡି କାଟୁଥିବାବେଳେ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏପରିକି କେତେକ ସ୍ଥାନରେ କୋଠାଘର ଗୁଡିକର ତଳମହଲା ସମ୍ପୂର୍ଣ୍ଣ ପାଣି ଭିତରେ ବୁଡି ରହିଥିବା ଦେଖାଯାଇଥିଲା । ସେପଟେ ରାଉରକେଲା ରେଳଷ୍ଟେସନ ର ଏକ ନମ୍ବର ପ୍ଲାଟଫର୍ମରେ ଘଟିଛି ଅଘଟଣ । ନିର୍ମାଣାଧୀନ ଏକ ସେଡ ଖସି ପଡିବାରୁ ଦମ୍ପତ୍ତିଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ରାଉରକେଲା ଆଇଜିଏଚ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସେଡ ନିର୍ମାଣକୁ ମାତ୍ର ୩ ମାସ ହୋଇଥିବାବେଳେ ଆଜି ସକାଳ ୯ଟା ସମୟରେ ଏହି ଅଘଟଣ ଘଟିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।