ଲୁହା ରଡ଼ରେ ପିଟି ଜ୍ୱାଇଁଙ୍କୁ ହତ୍ୟା କଲା ଶ୍ୱଶୁର

Sep 03, 2026 - 13:30
ଲୁହା ରଡ଼ରେ ପିଟି ଜ୍ୱାଇଁଙ୍କୁ ହତ୍ୟା କଲା ଶ୍ୱଶୁର

ଉଦଳା : ଲୁହା ରଡ଼ରେ ବାଡ଼େଇ ଜ୍ବାଇଁକୁ ଜ୍ୱାଇଁଙ୍କୁ ହତ୍ୟା କଲା ଶ୍ୱଶୁର । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରମେଶ ବିନ୍ଧାଣୀ । ଜ୍ୱାଇଁଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ନାତୁଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ରମେଶ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି । ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ଅନେକ ଥର ବିରୋଧ କରି ଆସିଛନ୍ତି । ଗତକାଲି ରାତିରେ ଉଭୟ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟ ନିଶାସକ୍ତ ଅବସ୍ଥାରେ ରହିଥିବାବେଳେ ବଚସା ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାମୋଦର ରମେଶଙ୍କୁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିିଲେ । ଚିକିତ୍ସାଧୀନ ଅବସ୍ଥାରେ ରମେଶଙ୍କ ମୃତ୍ୟୁ ହୋଇଥିଲା । ଜ୍ବାଇଁକୁ ବଞ୍ଚାଇବାକୁ ଯାଇ ଝିଅ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ କରୁଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।