ସାଉଦି ଆରବରେ ୨୨ଟି ଶିଶୁ ଖାଦ୍ୟ ଉତ୍ପାଦ ପ୍ରତ୍ୟାହାର

Jul 10, 2026 - 01:42
ସାଉଦି ଆରବରେ ୨୨ଟି ଶିଶୁ ଖାଦ୍ୟ ଉତ୍ପାଦ ପ୍ରତ୍ୟାହାର

ରିୟାଦ: ସାଉଦି ଆରବର ବାଣିଜ୍ୟ ମନ୍ତ୍ରଣାଳୟ ସୁରକ୍ଷା କାରଣରୁ ଦେଶରେ ବିକ୍ରି ହେଉଥିବା ୨୨ଟି ଶିଶୁ ଖାଦ୍ୟ ଯୋଗାଣ ଉତ୍ପାଦକୁ ପ୍ରତ୍ୟାହାର କରିଛି। ଏଥିରେ ବୁନ୍ ନର୍ସ ୮ ଆଉନ୍ସ ସିଲିକନ୍ ଶିଶୁ ବୋତଲ ୩-ପ୍ୟାକ୍ (ଉତ୍ପାଦ ନମ୍ବର B11654) ମଧ୍ୟ ଅନ୍ତର୍ଭୁକ୍ତ ରହିଛି।ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବ୍ୟବହାର ସମୟରେ ବୋତଲର ବାହ୍ୟ ପ୍ଲାଷ୍ଟିକ୍ ଆବରଣର କିଛି ଅଂଶ ଛିଣ୍ଡିଯିବା କିମ୍ବା ଅଲଗା ହୋଇଯିବାର ସମ୍ଭାବନା ରହିଛି। ଏହା ଛୋଟ ପିଲାମାନଙ୍କ ପାଇଁ ଶ୍ୱାସରୁଦ୍ଧ (ଚୋକିଂ) ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହି ପ୍ରତ୍ୟାହାର ତ୍ରୁଟିପୂର୍ଣ୍ଣ ଉତ୍ପାଦ ରିକଲ୍ ସେଣ୍ଟର ସହ ସମନ୍ୱୟରେ କରାଯାଇଛି ଏବଂ ମମ୍ଜୱାର୍ଲ୍ଡ ମାଧ୍ୟମରେ ବିକ୍ରି ହୋଇଥିବା ସମସ୍ତ ସମ୍ପୃକ୍ତ ଉତ୍ପାଦ ପାଇଁ ଏହା ପ୍ରଯୁଜ୍ୟ।

ବାଣିଜ୍ୟ ମନ୍ତ୍ରଣାଳୟ ଗ୍ରାହକମାନଙ୍କୁ ତୁରନ୍ତ ଏହି ଉତ୍ପାଦର ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରିଛି। ରିଟେଲରଙ୍କ ସହ ଯୋଗାଯୋଗ କରି ଉତ୍ପାଦ ବଦଳାଇବା କିମ୍ବା ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।