୧୦ ମାସ ଶିଶୁର ବିରଳ ରେକର୍ଡ
କର୍ଣ୍ଣାଟକର ବିଜୟପୁରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ମାତ୍ର ୧୦ ମାସର ଶିଶୁ ରିୟାନ୍ସ ପତ୍ତନଶେଟ୍ଟୀ ସବୁଠାରୁ ଦ୍ରୁତ ଗତିରେ ସିଡ଼ି ଚଢ଼ିବାର ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ମାତ୍ର ୩୬ ସେକେଣ୍ଡରେ ୨୧ଟି ସିଡ଼ି ଚଢ଼ି ସେ 'ନୋବେଲ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ'ରେ ନିଜ ନାମ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି। ରିୟାନ୍ସଙ୍କ ବାପା ସଚିନ ପତ୍ତନଶେଟ୍ଟୀ ଏବଂ ମାଆ ସିଞ୍ଚନା ପ୍ରଥମେ ଲକ୍ଷ୍ୟ କରିଥିଲେ ଯେ ସେମାନଙ୍କ ପୁଅ ଘରର ସିଡ଼ିଗୁଡ଼ିକୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦ୍ରୁତ ଗତିରେ ଚଢ଼ିବା ସହ ଓହ୍ଲାଇ ପାରୁଛି । ଯାହାପରେ ସେମାନେ ଏହାର ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପରିବାର ପକ୍ଷରୁ ସେହି ଭିଡିଓ ଏବଂ ଆବଶ୍ୟକୀୟ ଦସ୍ତାବିଜଗୁଡ଼ିକୁ ସମ୍ପୃକ୍ତ ସଂସ୍ଥା ନିକଟକୁ ପଠାଯାଇଥିଲା । ଯେଉଁଠାରେ ଅଧିକାରୀମାନେ ଏହାର ସଠିକ୍ ଯାଞ୍ଚ କରି ରିୟାନ୍ସଙ୍କର ଏହି ବିରଳ ପ୍ରତିଭାକୁ ମାନ୍ୟତା ଦେବା ସହ ତାଙ୍କୁ ବିଶ୍ୱ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କୁନି ଶିଶୁର ପ୍ରଶଂସା ହେବାସହ ସମସ୍ତେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।