୮ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)। ସାରା ରାଜ୍ୟ ବ୍ୟାପୀ ବନ୍ଦ ଡାକରା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କେନ୍ଦ୍ର ସରକାରଙ୍କ MMDR ଆକ୍ଟ, ୨୦୨୬ ସଂଶୋଧନ ବିରୋଧରେ ଏବଂ ରାଜ୍ୟର ଖଣି ସମ୍ପଦ ସୁରକ୍ଷା ଦାବିରେ ଏହି ଆନ୍ଦୋଳନ କରାଯାଉଛି । ପୂର୍ବରୁ ଭୁବନେଶ୍ୱରର ଲୋୟର ପିଏମ୍ଜିରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ବିକ୍ଷୋଭ ଆୟୋଜିତ ହୋଇଛି। MMDR ସଂଶୋଧିତ ଆଇନ, SIR, CECଙ୍କ ଭୂମିକା ଓ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ।
ସୂଚନାନୁସାରେ, ବହି ତ୍ରୁଟି କୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ମଧ୍ୟ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଛି । ଏହା ସହ ଦଶହରା ପରେ ଏହି ଓଡ଼ିଶା ବନ୍ଦ ସହିତ ୭ ଦିନିଆ 'ଇକୋନୋମିକ୍ ବ୍ଲକେଡ୍' (ଅର୍ଥନୈତିକ ଅବରୋଧ) କରିବାକୁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।