ବନ୍ୟା ବେଳେ ଛୁଟି ରେ ରହି ଆରଆଇ ସସ୍ପେଣ୍ଡ
ନବରଙ୍ଗପୁର : ବନ୍ୟାବେଳେ ଛୁଟିରେ ରହି ନବରଙ୍ଗପୁର ଆରଆଇ ସସ୍ପେଣ୍ଡ । ପ୍ରଶାସନ ପକ୍ଷରୁ ଛୁଟି ବାତିଲ ସତ୍ତ୍ୱେ ଆରଆଇ ବିରଞ୍ଚି ନାରାୟଣ ଦାସ ଅନୁପସ୍ଥିତ ଥିଲେ । ଏହାକୁ ନେଇ ତାଙ୍କୁ ସସ୍ପେଣ୍ଡ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ କାର୍ଯ୍ୟାଳୟରେ । ସେପ୍ଟେମ୍ବର ୨୮ ତାରିଖରେ ଜାରି ହୋଇଥିବା ଅଫିସ ଅର୍ଡର ଅନୁସାରେ, ଶୃଙ୍ଖଳାଗତ ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀ ଦାସ ନିଲମ୍ବନରେ ରହିବେ ବୋଲି ସୂଚନା ମିଳିଛି । ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ନବରଙ୍ଗପୁର କଲେକ୍ଟୋରେଟ୍ର ରେଭେନ୍ୟୁ ସେକ୍ସନ ରହିବ । ସେ ଅତିରିକ୍ତ ଜିଲ୍ଲାପାଳ, ରେଭେନ୍ୟୁଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ। ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିଲମ୍ବନ ପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।