ଇସ୍ରାଏଲକୁ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଫ୍ଲାଏଦୁବାଇର ପ୍ରୟାସ: ପ୍ରତ୍ୟାଖ୍ୟାନ କଲା ଜେରୁସାଲେମ
ଜେରୁସାଲେମ:ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ କିପରି ମୌଳବାଦୀ ମାନସିକତା ଥିବା ଓମାନର ସହ-ପାଇଲଟ୍ ହମାମ୍ ଅଲ୍-ହମାମି ବିମାନକୁ ଧ୍ବଂସ କରିବାକୁ ଷଡଯନ୍ତ୍ର କରିଥିଲେ। ଏହି ସମୟରେ, ରିପୋର୍ଟ ଆସିଛି ଯେ, ସେପ୍ଟେମ୍ବର ୩୦ ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଫ୍ଲାଏଦୁବାଇ ଇସ୍ରାଏଲକୁ ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଅନୁମତି ଲାଗି ଅନୁରୋଧ କରିଛି। ତେବେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି।ରିପୋର୍ଟ ଅନୁଯାୟୀ, ଇସ୍ରାଏଲକୁ ଉଡ଼ାଣ ପୁନଃ ଆରମ୍ଭ କରିବା ପାଇଁ ଅନୁମତି ଅନୁରୋଧ କରି ଫ୍ଲାଏଦୁବାଇ କହିଛି ଯେ, ଘଟଣାର ତଦନ୍ତ ସମାପ୍ତ ହେବାକୁ ଯାଉଛି। ଆମକୁ ଉଡ଼ାଣ ପୁନଃ ଆରମ୍ଭ କରିବାକୁ ଅନୁମତି ଦିଆଯିବା ଉଚିତ୍। ତେବେ ଇସ୍ରାଏଲର ପରିବହନ ମନ୍ତ୍ରୀ ମିରି ରେଗେଭ ସୁରକ୍ଷା କାରଣ ଦର୍ଶାଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।