10 OCTOBER 2026

Welcome!

Unlock your personalized experience.
Sign Up

ଉତ୍କଳମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ: ଗୋପବନ୍ଧୁ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ

Oct 10, 2026 - 08:38
ଉତ୍କଳମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ: ଗୋପବନ୍ଧୁ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ

ଭୁବନେଶ୍ୱର: କେବଳ ନିଜ ପାଇଁ ବଞ୍ଚିବା ପ୍ରକୃତ ଜୀବନ ନୁହେଁ ବରଂ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅନ୍ୟର ମୁହଁରେ ହସ ଫୁଟାଇବାରେ ଓ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିବାରେ ହିଁ ଜୀବନର ସାର୍ଥକତା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ସମାଜର ଦରିଦ୍ର, ଅବହେଳିତ ଲୋକଙ୍କର ସେବା କରିବା ଏବଂ ଅପହଞ୍ଚ ଇଲାକାରେ ସମାଜରେ ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଥିଲା ଗୋପବନ୍ଧୁଙ୍କ ଆଦର୍ଶ। ସେ ଏକ ମହାନ୍‌ ଅନୁଷ୍ଠାନ, ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ ଥିଲେ ବୋଲି ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ଗୋପବନ୍ଧୁଙ୍କ ଆଦର୍ଶକୁ ଅନୁସରଣ କରି ରାଜ୍ୟ ସରକାର ସମାଜର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗୋପବନ୍ଧୁଙ୍କ ପ୍ରେରଣାରେ ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ପାଇଁ ‘ଓଡ଼ିଆ ଅସ୍ମିତା ଭବନ’ ପ୍ରତିଷ୍ଠା, ସତ୍ୟବାଦୀସ୍ଥିତ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ର ଉନ୍ନତୀକରଣ, ୯୦ କୋଟି ଟଙ୍କା ବ୍ୟୟରେ ବକୁଳବନର ପୁନର୍ବିକାଶ ଓ ଗୋପବନ୍ଧୁଙ୍କ ଜନ୍ମମାଟି ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଲେ, ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ଗୋପବନ୍ଧୁଙ୍କ ଚିନ୍ତାଧାରା ଓ ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ। ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଗୋପବନ୍ଧୁଙ୍କ ନିଷ୍କାମ ସେବା ମନୋଭାବର ସ୍ମୃତିଚାରଣ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।