ଗରବା ପାଇଁ ଭିଟାମିନ ସେବନ

Oct 11, 2026 - 11:20
ଗରବା ପାଇଁ ଭିଟାମିନ ସେବନ

 

ଅହମ୍ମଦାବାଦରେ ନବରାତ୍ରି ସମୟରେ ବିଭିନ୍ନ ସ୍ଥାନରେ ଗରବା ଖେଳାଯାଇଥାଏ । ଯାହା ଦଶହରାର ଖୁବ ଆକର୍ଷଣୀୟ କାର୍ଯ୍ୟକ୍ରମ ହୋଇଥାଏ । ତେବେ ସେଠାକାର କିଛି ବାସିନ୍ଦା କିଭଳି ନଥକି ଅଧିକ ସମୟ ଗରବା ଖେଳିପାରିବେ ସେଥିପାଇଁ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି । ଏଥିପାଇଁ ସେମାନେ ୧୦,୦୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ଭିଟାମିନ୍ ଡ୍ରିପ୍ସ ବା ଇଞ୍ଜେକ୍ସନ ନେଉଛନ୍ତି । ଏହି ଡ୍ରିପ୍ସଗୁଡ଼ିକରେ ଭିଟାମିନ୍ ସି, ବି-କମ୍ପ୍ଲେକ୍ସ, ଜିଙ୍କ୍ ଏବଂ ଗ୍ଲୁଟାଥିଅନ୍ ଭଳି ଉପାଦାନ ରହିଛି । ଯାହାକି କେବଳ ଜେନ ଜି ନୁହେଁ ବରଂ ୩୦ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିମାନେ ମଧ୍ୟ  ନେଉଥିବା ଜଣାପଡିଛି । ତେବେ ବିଶେଷଜ୍ଞମାନେ ଏହାକୁ ଅସୁରକ୍ଷିତ କହି ଚେତାବନୀ ଦେଇଥିବା ଜଣାପଡିଛି । ସେମାନଙ୍କ ମତରେ ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଡାକ୍ତରୀ ପରାମର୍ଶ ବିନା ଏହାକୁ ବ୍ୟବହାର କରିବା ଦ୍ୱାରା ଆଲର୍ଜି, ଶରୀରରେ ତରଳ ପଦାର୍ଥ ଅଧିକ ହେବା ଭଳି ବିଭିନ୍ନ ଜଟିଳ ସମସ୍ୟା ଦେଖାଦେଇପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।