ଜନ୍ମଦିନରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ

Oct 16, 2026 - 12:23
ଜନ୍ମଦିନରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ

ଭୁବନେଶ୍ବର : ଆଜି ୮୦ ବର୍ଷରେ ପାଦ ଥାପିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକ ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିଲେ ନବୀନ । ବାପା ଥିଲେ ବିଜୟାନନ୍ଦ ପଟ୍ଟନାୟକ ମାଆ ଜ୍ଞାନ ପଟ୍ଟନାୟକ । 

ଆଜି ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଶୁଭ ମନାସି ଉତ୍ତମ ସ୍ୱାସ୍ଥ୍ୟ ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱକୁ ଯାଇ ଓଡ଼ିଶା ରାଜନୀତିର ଏକ ସୁସ୍ଥ ଓ ମହାନ ପରମ୍ପରାକୁ ପୁଣି ଥରେ ପ୍ରତିଫଳିତ କରିଛି ।

ନବୀନ ପଟ୍ଟନାୟକ ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ୨୪ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଛନ୍ତି । ନବୀନଙ୍କ ଜନ୍ମଦିନ ଅବସରରେ ରାଜ୍ୟ ଓ ଦେଶର ବହୁ ପ୍ରମୁଖ ନେତା, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେଡି ସୁପ୍ରିମୋ ନବୀନଙ୍କ ଦୀର୍ଘ ସମୟର ଶାସନ କାଳ ଏବଂ ଓଡ଼ିଶାର ବିକାଶରେ ତାଙ୍କର ଯୋଗଦାନକୁ ସ୍ମରଣ କରି ବିଭିନ୍ନ ସ୍ଥାନରେ ସମର୍ଥକମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।