ନକଲି ସର୍ଫ କାରଖାନା ସିଲ
ଭଦ୍ରକ : ଭଦ୍ରକରେ ନକଲି ସର୍ଫ କାରଖାନା ଠାବ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଣୀତାଲ ବଜାର ନିକଟ ଚାଲିଥିଲା ଏକ ନକଲି ସର୍ଫ କାରଖାନା । ଯାହାକୁ ଠାବ କରି ସିଲ୍ କରିଛି ଗ୍ରାମାଞ୍ଚଳ ପୋଲିସ୍ । ଗତକାଲି ବିଳମ୍ବିତ ରାତ୍ରିରେ ଏହି ନକଲି ସର୍ଫ କାରଖାନା ଓ ଗୋଦାମ ସିଜ୍ ହୋଇଛି ।
ଏହି ନକଲି ସର୍ଫ କାରଖାନାରେ ତିଆରି ସର୍ଫ ଉପରେ ନାମୀ ଦାମୀ କମ୍ପାନୀର ବ୍ରାଣ୍ଡର (ଯେପରିକି ସର୍ଫ ଏକ୍ସେଲ୍) ଲଗାଇ ବଜାରରେ ବିକ୍ରି କରାଯାଉଥିଲା । ଖବର ପାଇବା ପରେ ଗତକାଲି ରାତିରେ କାରଖାନା ଉପରେ ଚଢ଼ାଉ କରିଥିଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚଢ଼ାଉ ବେଳେ ଗୋଦାମ ମାଲିକ ଓ କର୍ମଚାରୀ ମାନେ ତାଲା ପକାଇ ପଲାଇ ଯାଇଥିଲେ । ତେଣୁ ପୋଲିସ୍ ସେଠାରୁ ବିପୁଳ ପରିମାଣରେ କଞ୍ଚାମାଲ ସହ ନାମୀ ଦାମୀ ବ୍ରାଣ୍ଡର ଜରି ଜବତ କରି ଗୋଦାମ କୁ ସିଲ୍ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।