ବିକ୍ରି ହେଉଛି ଗାଁ

Sep 30, 2026 - 13:32
ବିକ୍ରି ହେଉଛି ଗାଁ

ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାସ୍ଥିତ ତୁଳସୀ ଗ୍ରାମର ପ୍ରାୟ ୭,୦୦୦ ଅଧିବାସୀ ନିଜ ଗ୍ରାମକୁ ବିକ୍ରି କରିବା ପାଇଁ "ଗାଁ ବିକ୍ରି ପାଇଁ ଉଦିଷ୍ଟ" ବ୍ୟାନର ଲଗାଇ ଏକ ଅଭିନବ ଓ ନିରାଶାଜନକ ପ୍ରତିବାଦ ଆରମ୍ଭ କରିଛନ୍ତି। ଯେଉଁଠାରେ ସେମାନେ ଟଙ୍କା ବଦଳରେ କେବଳ ଜଳ ଯୋଗାଣ ଦାବି କରୁଛନ୍ତି । ଗ୍ରାମରେ ଥିବା ୧୪ଟି ପୋଖରୀ ଓ କୂଅ ସଂପୂର୍ଣ୍ଣ ଶୁଖିଯାଇଥିବାରୁ ଲୋକେ ଜଳ ଟ୍ୟାଙ୍କର ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଯଦିଓ ଏକ ଯୋଜନା ଅଧିନରେ କେନାଲ୍ ଏହି ଗ୍ରାମ ଦେଇ ଯାଇଛି, କିନ୍ତୁ ସପ୍ତମ ଓ ଅଷ୍ଟମ ଆଉଟଲେଟ୍ ନିକଟରେ ୮୦୦ ମିଟର କେନାଲ କାମ ବିଗତ ୨୬ ବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ରହିବା ଯୋଗୁଁ ଗ୍ରାମବାସୀ ଏହାର ସୁଫଳରୁ ବଞ୍ଚିତ ହେଉଛନ୍ତି । ଗତ ସେପ୍ଟେମ୍ବର ୧୪ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଗ୍ରାମବାସୀ ଦାବି କରିଛନ୍ତି ଯେ ଏହି ଉତ୍କଟ ଜଳ ସଙ୍କଟ କାରଣରୁ ପ୍ରାୟ ୩୫୦ ଜଣ ଯୁବକ ଅବିବାହିତ ହୋଇ ରହିଛନ୍ତି। କାରଣ ଅନ୍ୟ ପରିବାରମାନେ ପାଣି ଅଭାବ ଭୋଗୁଥିବା ଏହି ଗାଁକୁ ନିଜ ଝିଅଙ୍କୁ ବିବାହ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ତେଣୁ ସେମାନେ ବର୍ତ୍ତମାନ ନିଜ ଗାଁକୁ ବିକ୍ରି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।