ବହି ତ୍ରୁଟି , ପିଏମଓ ର ହସ୍ତକ୍ଷେପ

Sep 29, 2026 - 12:30
ବହି ତ୍ରୁଟି , ପିଏମଓ  ର ହସ୍ତକ୍ଷେପ

ଭୁବନେଶ୍ୱର :ଓଡ଼ିଶାରେ ବିଦ୍ୟାଳୟ ପାଠ୍ୟପୁସ୍ତକରେ ହୋଇଥିବା ବ୍ୟାପକ ଭୁଲ୍ ବା ତ୍ରୁଟି ଏବଂ ଏହା ପଛରେ ଥିବା ଦୁର୍ନୀତିର ଅଭିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛନ୍ତି। ଏହି ମାମଲାରେ ପିଏମଓ ଓଡ଼ିଶା ସରକାରଙ୍କ ଠାରୁ ଜବାବ ମାଗିବା ସହ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅଧିକାର କର୍ମୀ  ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ବ୍ୟାପକ ଅଭିଯୋଗ ଆଧାରରେ ପିଏମଓ ଏହି ନୋଟିସ୍ ଜାରି କରିଛି । ପିଏମଓର ଏହି ନିର୍ଦ୍ଦେଶ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏହି ପ୍ରସଙ୍ଗରେ ଜବାବ ତଲବ କରିଛି।

 ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧,୭୪୧ଟି ଭୁଲ ବା ତ୍ରୁଟି ପାଠ୍ୟପୁସ୍ତକଗୁଡ଼ିକରେ ଚିହ୍ନଟ କରାଯାଇଛି, ଯାହା ଶିକ୍ଷକ, ଅଭିଭାବକ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।