ବିଜ୍ଞାପନରୁ ବଡ ପରଦା

Oct 31, 2026 - 15:52
ବିଜ୍ଞାପନରୁ ବଡ ପରଦା

 

ୟାମୀ ଗୌତମ ଆଜି ବଲିଉଡର ଜଣେ ପରିଚିତ ଚେହେରା । ହେଲେ ତାଙ୍କ କ୍ୟାରିୟରରେ ସେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ଟିଭି ପରଦାରୁ ନିଜ କ୍ୟାରିୟର ଆରମ୍ଭ କରି ସେ ଆଜି ବଲିଉଡର ଷ୍ଟାର ପାଲଟିଛନ୍ତି । ତେବେ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଫେୟାର ଆଣ୍ଡ ଲଭଲି ବିଜ୍ଞାପନ ସହିତ 'ଚାନ୍ଦ କେ ପାର୍ ଚଲୋ' ଓ 'ୟେ ପ୍ୟାର୍ ନା ହୋଗା କମ୍' ଭଳି ଧାରାବାହିକ ମାଧ୍ୟମରେ ଟେଲିଭିଜନ ଜଗତରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ । ୨୦୧୨ ମସିହାରେ ସୁଜିତ୍ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ କମେଡି-ଡ୍ରାମା 'ଭିକି ଡୋନର୍' ଜରିଆରେ ବଲିଉଡରେ ଡେବ୍ୟୁକରି ବକ୍ସ ଅଫିସରେ ବ୍ୟାପକ ସଫଳତା ପାଇଥିଲେ । ଏହାପରେ ଅନେକ ହିଟ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନକୁ କିଣିବାରେ ସଫଳ ହୋଇଛନ୍ତି । ତାଙ୍କ ଚମତ୍କାର ଓ ବଳିଷ୍ଟ ଅଭିନୟକୁ ଦର୍ଶକ ସବୁବେଳେ ଭଲ ପାଇବା ଦେଇଛନ୍ତି । ଟିଭି ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ମଧ୍ୟ ସେ ନିଜ ପ୍ରତିଭା ଓ ପରିଶ୍ରମ ବଳରେ ଆଜି ଜଣେ ସଫଳ ନାୟିକା ପାଲଟିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।