ବିବାହରେ ମଇଁଷିଙ୍କୁ ନିମନ୍ତ୍ରଣ
ସାଧାରଣତଃ ବିବାହ ଉତ୍ସବରେ ବନ୍ଧୁବାନ୍ଧବ ଓ ପରିଜନ ଅତିଥି ଭାବେ ଯୋଗ ଦେଇଥାଆନ୍ତି । ହେଲେ ଜଣେ ବର ନିଜ ଫାର୍ମର ମଇଁଷିମାନଙ୍କୁ ନିଜ ବିବାହକୁ ନିମନ୍ତ୍ରଣ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ବିବାହ ମଣ୍ଡପରେ ମଇଁଷିଗୁଡ଼ିକ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶାନ୍ତ ଭାବେ ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଇନ୍ଷ୍ଟାଗ୍ରାମରେ ଏହି ଭିଡିଓଟି ପୋଷ୍ଟ ହେବାପରେ ଖୁବ ଭାଇରାଲ ହେବାରେ ଲାଗିଛି, ସମସ୍ତେ ଉକ୍ତ ବ୍ୟକ୍ତିଙ୍କର ଏଭଳି ବ୍ୟବହାରକୁ ଖୁବ ପସନ୍ଦ କରୁଛନ୍ତି । ଏହା ପଶୁପ୍ରେମର ଏକ ନିଆରା ଉଦାହରଣବୋଲି କମେଣ୍ଟରେ ମତ ପ୍ରକାଶ ପାଇବାରେ ଲାଗିଛି । ତେବେ ଏହି ବିବାହର ସଠିକ୍ ସ୍ଥାନ ସମ୍ପର୍କରେ କୌଣସି ସ୍ବତନ୍ତ୍ର ସତ୍ୟାସତ୍ୟ ମିଳିପାରି ନାହିଁ, କିଛି ଲୋକ ଏହାକୁ ଏଆଇ ଭିଡିଓ ବୋଲି ମଧ୍ୟ ଦାବି କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।