ମୁରାସୁ ପ୍ରଭାବ: ରାଣୀଗୁଡ଼ା-ବୋରିଗୁମ୍ମା ରାସ୍ତା ସିଲ୍ କଲା ପ୍ରଶାସନ
ବୋରିଗୁମ୍ମା: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କ ହୋଇଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ରାଣୀଗୁଡ଼ା-ବୋରିଗୁମ୍ମା ରାସ୍ତାକୁ ସିଲ୍ କରାଯାଇଛି। ଏହି ରାସ୍ତାରେ ଯାତାୟାତ ନକରିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ସୂଚନା ଅନୁଯାୟୀ,ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାରେ ଭୂସ୍ଖଳନ ହୋଇଥିଲା। ଫଳରେ ରାସ୍ତାର ସୁରକ୍ଷାକୁ ନେଇ ଆଶଙ୍କା ରହିଛି। ବର୍ତ୍ତମାନ ବାତ୍ୟା ‘ମୁରାସୁ’ ପ୍ରଭାବରେ ପୁଣି ବର୍ଷା ହେବାର ସମ୍ଭାବନା ଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।ଏହି ରାସ୍ତା ବଦଳରେ ଯାତ୍ରୀ ଓ ଗାଡ଼ିଚାଳକମାନେ NH-୩୨୬ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।