2036 Olympics: ୨୦୩୬ ଅଲିମ୍ପିକ୍ସ ଆୟୋଜକ ଦୌଡ଼ରେ ଭାରତ ସହ ୭ ଦେଶ
ନୂଆଦିଲ୍ଲୀ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ସମେତ ମୋଟ ୭ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକୁ ଆସନ୍ତା ନଭେମ୍ବରରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଫ୍ୟୁଚର୍ ହୋଷ୍ଟ କମିଶନ୍ ସମ୍ମୁଖରେ ନିଜ ନିଜ ଆୟୋଜନ ପ୍ରକଳ୍ପ ଉପସ୍ଥାପନ କରିବାକୁ ଆମନ୍ତ୍ରଣ ଦିଆଯାଇଛି। ଆଇଓସି ଅନୁସାରେ, ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିଥିବା ୭ ଦେଶ ହେଲେ-ଭାରତ, ଜର୍ମାନୀ, ହଙ୍ଗେରୀ, କତର, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଓ ତୁର୍କିଏ।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ
ଆୟୋଜନ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ବିଭିନ୍ନ ବୈଷୟିକ ମାନଦଣ୍ଡ ଆଧାରରେ କରାଯିବ। ଏଥିରେ କ୍ରୀଡ଼ା ଭେନ୍ୟୁର ମାଷ୍ଟର୍ ପ୍ଲାନ୍, ଆଥଲେଟଙ୍କ ପାଇଁ ସୁବିଧା, ପାଣ୍ଠି ଯୋଗାଣ ଯୋଜନା, ରାଜନୈତିକ ଓ ଜନସମର୍ଥନ, ଅଲିମ୍ପିକ୍ସ ଆୟୋଜନ କରିବାର କ୍ଷମତା ଏବଂ ଦୀର୍ଘମିଆଦୀ ଫାଇଦା ପ୍ରଦାନ କରିବାର ଯୋଜନା ରହିବ। ଆଇଓସି କହିଛି ଯେ ୨୦୩୬ ପାଇଁ ଆଗ୍ରହୀ ଦେଶଗୁଡ଼ିକ ସହ ଆଲୋଚନା ଜାରି ରହିଛି। ନଭେମ୍ବରରେ ଏହି ଦେଶଗୁଡ଼ିକୁ ନିଜ ପ୍ରକଳ୍ପ ଉପସ୍ଥାପନ ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ ପରେ ୨୦୩୬ ଅଲିମ୍ପିକ୍ସ ପାଇଁ ଅନ୍ୟ କୌଣସି ନୂଆ ଆଗ୍ରହୀ ଦେଶର ପ୍ରସ୍ତାବକୁ ବିଚାରକୁ ନିଆଯିବ ନାହିଁ। ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଅହମଦାବାଦକୁ ଭାରତର ପସନ୍ଦର ସହର ଭାବେ ଚିହ୍ନଟ କରାଯାଇଛି। ୨୦୩୬ ଅଲିମ୍ପିକ୍ସର ଆୟୋଜକ ଦେଶ ୨୦୨୯ ମସିହାର ମଧ୍ୟଭାଗରେ ଜଣାପଡ଼ିବ।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।