21 Villages Under BNSS-163: ଉପରସେମ୍ବିରେ ଆନ୍ଧ୍ରର ଚେକ୍ପୋଷ୍ଟ ହଟାଇଲା ଓଡ଼ିଶା, ବଢ଼ିଲା ସୁରକ୍ଷା
ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ।
ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର।
ନେରେଡ଼ିୱାଲସାରୁ ସରକି ଭୟା ଶୁଙ୍କି ଘାଟି ଦେଇ ଭୋଟ ଦେବାକୁ ଯାଉଛନ୍ତି ଭୋଟର ।
ଭୋଟରଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ଏଜେଣ୍ଟ ନେଉଥିବା ଅଭିଯୋଗ ହୋଇଛି ।
ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ଯାଞ୍ଚ କରୁଛି ଶୁଙ୍କି ପୋଲିସ ।
ସାରିକାରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଥିବା ସୂଚନା ମିଳିଛି।
କେମିତି ଓ କେଉଁ ପରିସ୍ଥିତିରେ ଦେଲେ ଭୋଟ୍ ସେନେଇ ସୂଚନା ମିଳିନାହିଁ।
ସାରିକାରେ ଭୋଟ ଦେଇ ଫେରିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହ ଭୋଟରଙ୍କ କଥା କଟାକଟି ହୋଇଛି।
Advertisment ସେପଟେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୋଲିସ ଚେକ୍ ପୋଷ୍ଟକୁ ଭାଙ୍ଗି କବଜାକୁ ନେଇଥିଲା ଓଡ଼ିଶା।
କୋଟିଆର ସମସ୍ତ ୨୧ ଗ୍ରାମରେ ଲାଗିଛି BNSS-163।
୩ଟି ଚେକ୍ ଗେଟରେ ରଖାଯାଇଛି ୨୪ ଘଣ୍ଟିଆ ନଜର।
ଆନ୍ଧ୍ରର ଜବରଦସ୍ତି ନିର୍ବାଚନକୁ ପ୍ରତିହତ ପାଇଁ ନେରେଡିବାଲସାରେ ୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
.....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।