57th GST Council meeting: ୫୭ତମ ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି: ଗିରଫ କ୍ଷମତା ହରାଇଲେ ଜିଏସ୍ଟି ଅଧିକାରୀ
"ନୂଆଦିଲ୍ଲୀ/ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ହୋଇଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ପରିଷଦର ୫୭ତମ ବୈଠକରେ ଟିକସ ଅଧିକାରୀମାନଙ୍କ ଗିରଫ କ୍ଷମତାକୁ ପ୍ରତ୍ୟାହାର କରାଯାଇଛି।।
ଏଥିସହିତ କାହା ବିରୋଧରେ ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ଲାଗି ରହିଥିବା ୧ କୋଟିର ସୀମାକୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
ସେହିଭଳି ୧୦ ହଜାର ଟଙ୍କା କିମ୍ବା ତା"ଠାରୁ କମ୍ ଅର୍ଥରାଶି ମାମଲାରେ କୌଣସି ନୋଟିସ୍ ଜାରିହେବ ନାହିଁ।
ଏହି ସୀମାଠାରୁ କମ୍ ରାଶି ପାଇଁ ଦିଆଯାଇଥିବା ନୋଟିସଗୁଡ଼ିକୁ ବି ପ୍ରତ୍ୟାହାର କରି ନିଆଯିବ।
ଇ-କମର୍ସ ପ୍ଲାଟଫର୍ମର ଛୋଟ ଛୋଟ ବିକ୍ରେତାଙ୍କ ପାଇଁ ନିୟମ ପାଳନକୁ ସହଜ କରିବା ପାଇଁ ପରିଷଦ ସୁପାରିସ କରିଛି।
ନିଯୁକ୍ତିଦାତାମାନେ କର୍ମଚାରୀ ବୀମା ବାବଦରେ ପ୍ରଦାନ କରୁଥିବା ଜିଏସ୍ଟି ଉପରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବି କରିପାରିବେ।Advertisment Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ ରିଫଣ୍ଡ କ୍ଲେମ୍ ଦାବି ସ୍ବୀକାର କରିବାର ସମୟସୀମାକୁ ୧୫ ଦିନରୁ ୧୦ ଦିନକୁ ହ୍ରାସ କରାଯାଇଛି।
ତେବେ ଜିଏସ୍ଟି ହାର ଢାଞ୍ଚାରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ।
ସର୍ବନିମ୍ନ ଦଣ୍ଡ ବ୍ୟବସ୍ଥାକୁ ମଧ୍ୟ ଉଠାଇ ଦିଆଯାଇଛି।
ଜରିମାନା ଲଗାଯିବ କିମ୍ବା ଜେଲ ଦଣ୍ଡ ହେବ କିମ୍ବା ଉଭୟ ହେବ ସେ ସମ୍ପର୍କରେ ଅଦାଲତ ନିଷ୍ପତ୍ତି ନେବେ।
ଯେଉଁଠି କୌଣସି ନିର୍ଦ୍ଦିଷ୍ଟ ଜରିମାନାର ବ୍ୟବସ୍ଥା ନାହିଁ ସେ କ୍ଷେତ୍ରରେ ଥିବା ସାଧାରଣ ଜରିମାନା ୨୫ ହଜାର ଟଙ୍କା ଥିଲା।
ତାହାକୁ ୧୦ ହଜାର ଟଙ୍କାକୁ କମାଇ ଦିଆଯାଇଛି।
ତେବେ ଆଗାମୀ ଦିନରେ ବର୍ଷକୁ ଥରେ ଜିଏସ୍ଟି ହାର ବଦଳିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ କ୍ଷେତ୍ରରେ ପ୍ରକୃତ କ୍ରେତା ଯେଉଁମାନଙ୍କ ନିକଟରେ ବୈଧ ଇନଭଏସ୍ ରହିଛି, ସାମଗ୍ରୀ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଯୋଗାଣକାରୀଙ୍କୁ ପୂରା ଅର୍ଥ ପୈଠ କରିଛନ୍ତି, ସେମାନଙ୍କର ସୁରକ୍ଷା ନେଇ ଅଧିକାରୀମାନଙ୍କର ଏକ କମିଟି ଅନୁଧ୍ୟାନ କରି ୩ ମାସରେ ରିପୋର୍ଟ ଦେବ।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ "ସହରୀ ଗତିଶୀଳତା ଭାରତ ସମ୍ମିଳନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବୈଠକରେ ଯୋଗଦେଇ ପ୍ରମୁଖ ସଂସ୍କାରଗୁଡ଼ିକ ଉପରେ ମତ ରଖିଥିଲେ।
ବୈଠକରେ ଜିଏସ୍ଟିକୁ ଅଧିକ ସରଳ, ତ୍ବରିତ ଓ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ଯାହାଦ୍ୱାରା ଏହାର ଅନୁପାଳନ ସହଜ ହୋଇପାରିବ।
ଜିଏସ୍ଟିର ସରଳୀକରଣ ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ "୨୦୪୭ ସୁଦ୍ଧା ବିକଶିତ ଭାରତ"ର ଲକ୍ଷ୍ୟକୁ ପୂରଣ କରାଯାଇପାରିବ।
ଜିଏସ୍ଟି ରିଟର୍ଣ୍ଣ ଦାଖଲ ଏବଂ ଦେୟ ତଥା ଆଇଟିସି ସଂଶୋଧନ ପାଇଁ ଏକ ବିକଳ୍ପ ବ୍ୟବସ୍ଥା ସମ୍ବନ୍ଧୀୟ ସୁପାରିସକୁ "ଜିଏସଟି ରିଟର୍ଣ୍ଣ ଏବଂ ପ୍ରକ୍ରିୟା ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀ" ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଓଡ଼ିଶାର ଜିଏସଟି ଟିମ୍ ମଧ୍ୟ ଏହାର ସଦସ୍ୟ ଥିଲେ।
ଏହା ବ୍ୟତୀତ, ଜିଏସ୍ଟି ଆଇନ କମିଟି ମାଧ୍ୟମରେ ଅନ୍ୟାନ୍ୟ ପ୍ରକ୍ରିୟା-ଭିତ୍ତିକ ସଂସ୍କାରରେ ମଧ୍ୟ ଓଡ଼ିଶା ନିଜର ଯୋଗଦାନ ରଖିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।