, ACCUSED ARRESTED: କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ଘରୁ ଉଠାଇ ଆଣିଲା ପୁଲିସ

Sep 30, 2026 - 14:01
, ACCUSED ARRESTED: କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତକୁ ଘରୁ ଉଠାଇ ଆଣିଲା ପୁଲିସ

"ଗଜପତି: ମାନ୍ୟବର ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରି ପାରଳାଖେମୁଣ୍ଡି ପୁଲିସ ବୁଧବାର ଅଭିଯୁକ୍ତ ମନମଥ କୁମ୍ଭକୁ ତାର ନିଜ ଗାଁ ଘରୁ ଗିରଫ କରିଛି।Advertisment ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତ ମନମଥ କୁମ୍ଭର ବାପାଙ୍କ ନାମ ଦଣ୍ଡାସୀ କୁମ୍ଭ।

ମନମଥ ବିରୋଧରେ ଆଇପିସିର ଧାରା ୩୦୨/୧୨୦-ବି ଅନୁଯାୟୀ ରୁଜୁ ମାମଲାରେ ଏହି ଗିରଫ ପରୱାନା ଜାରି ହୋଇଥିଲା।

ତାକୁ ଗିରଫ କରି ମାନ୍ୟବର କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ ରହିଥିଲା।

ଅଭିଯୁକ୍ତ ନିଜ ଗାଁରେ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା  ପରେ ପୁଲିସ ଟିମ୍‌ ଆଜି ଭୋର ସମୟରେ ଚଢ଼ାଉ କରି ତାକୁ ଧରିଥିଲା।

ପରୱାନା ଅନୁଯାୟୀ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି।

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାକୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି।

ସମ୍ବଲପୁରର କାରଖାନା ଓ ବଏଲର୍‌ସ ଆସିଷ୍ଟାଣ୍ଟ ଡାଇରେକ୍ଟର ଉମାକାନ୍ତ ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।