Admission Fees Refund: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଡମିଶନ ଫି’ ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ

Oct 29, 2026 - 09:27
Admission Fees Refund: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଡମିଶନ ଫି’ ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।

ଫେରସ୍ତ ହେଲା ଯୁକ୍ତ ତିନି ନାମଲେଖା ଫି'।

ଆଡମିଶନ ସମୟରେ ଦାଖଲ କରିଥିବା ଟଙ୍କା ଫେରାଇଲା ଉଚ୍ଚଶିକ୍ଷା ବିଭାଗ।

ପ୍ରଥମ ପର୍ଯ୍ୟାୟ ନାମଲେଖାରେ ଫି' ଦାଖଲ କରିଥିବା ୧ ଲକ୍ଷ ୧୧ ହଜାର ୬୭୮ ଜଣ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଫେରସ୍ତ ହୋଇଛି ମୋଟ ୬୯ କୋଟି ୨୩ ଲକ୍ଷ ଟଙ୍କା।

ଏନେଇ ନିଜ ନିଜ ବ୍ୟାଙ୍କ ଖାତା ଯାଞ୍ଚ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

Advertisment ତେବେ ଯେଉଁ ଛାତ୍ରଛାତ୍ରୀଙ୍କ ଖାତାକୁ ଟଙ୍କା ଫେରସ୍ତ ହୋଇନାହିଁ, ସେମାନଙ୍କ ପାଇଁ ମଧ୍ୟ ରହିଛି ସୁଯୋଗ।

ବ୍ୟାଙ୍କ ଖାତାରେ ତ୍ରୁଟି କିମ୍ବା ଟ୍ରାଞ୍ଜାକସନ୍ ବିଫଳ ଯୋଗୁଁ ଟଙ୍କା ମିଳିନଥିଲେ, SAMS ଷ୍ଟୁଡେଣ୍ଟ ଲଗ୍ ଇନ୍ ରେ ଉପଲବ୍ଧ ହେବାକୁ ଥିବା ସ୍ୱତନ୍ତ୍ର ଲିଙ୍କ୍ ରେ ସଠିକ୍ ବ୍ୟାଙ୍କ ବିବରଣୀ ଦେଇପାରିବେ।

ଏହାଦ୍ୱାରା ଫେରସ୍ତ ପ୍ରକ୍ରିୟାକୁ ସହଜ କରାଯିବ।

ତେଣୁ ଟଙ୍କା ଫେରସ୍ତ ପାଇନଥିବା ଛାତ୍ରଛାତ୍ରୀ SAMS ଓଡ଼ିଶାର ଅଫିସିଆଲ୍ ପୋର୍ଟାଲ୍ ରେ ନିୟମିତ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।