America: ଇରାନ ଯୁଦ୍ଧରେ ୮୧ ବିମାନ ହରାଇଛି ଆମେରିକା

Oct 07, 2026 - 21:11
America: ଇରାନ ଯୁଦ୍ଧରେ ୮୧ ବିମାନ ହରାଇଛି ଆମେରିକା

"ୱାସିଂଟନ୍: ଆମେରିକା ଏହି ବର୍ଷ ଆରମ୍ଭରୁଇରାନ ଯୁଦ୍ଧରେ ଅତି କମ୍‌ରେ ୮୧ଟି ସାମରିକ ବିମାନ ଓ ଡ୍ରୋନ୍ ହରାଇଛି ।

ଏହି କ୍ଷତିର ମୋଟ ମୂଲ୍ୟ ପ୍ରାୟ ୩.୩ ବିଲିୟନ ଡଲାର ବୋଲି ଏକ ନୂଆ କଂଗ୍ରେସ ରିସର୍ଚ ସର୍ଭିସ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟର ନାମ "ୟୁଏସ ଏୟାରକ୍ରାଫ୍ଟ କମ୍ବାଟ ଡ୍ୟାମେଜ ଇନ୍‌ ଅପରେସନ ଏପିକ ଫ୍ୟୁରି: କନ୍ସିଡରେସନସ ଫର କଂଗ୍ରେସ"।

ଏଥିରେ ଆମେରିକାର କିଛି ଅତ୍ୟାଧୁନିକ ଯୁଦ୍ଧବିମାନ ଯଥା ଏଫ୍-୩୫ଏ ଲାଇଟନିଂ, ଏଫ୍-୧୫ ଓ ଏମ୍‌କ୍ୟୁ-୯ ରିପର୍‌ ଡ୍ରୋନ୍ ଅନ୍ତର୍ଭୁକ୍ତ।Advertisment ଆହୁରି ପଢନ୍ତୁ :chandigarh: ଘରେ କେହି ନଥିବା ବେଳେ ଜୀବନ ହାରିଲେ ଏଏସ୍ଆଇ ପ୍ରତ୍ୟେକ ଏଫ୍-୧୫ ବିମାନର ମୂଲ୍ୟ ୩୦ ନିୟୁତ ଡଲାରରୁ ଅଧିକ।

୪୫ଟି ଏମ୍‌କ୍ୟୁ-୯ ରିପର ଡ୍ରୋନ୍ର ପ୍ରତ୍ୟେକର ମୂଲ୍ୟ ୩୦ରୁ ୫୦ ନିୟୁତ ଡଲାର ମଧ୍ୟରେ।

ପଞ୍ଚମ ପିଢ଼ିର ଏଫ୍-୩୪ଏ ବିମାନର ମୂଲ୍ୟ ୯୨ ନିୟୁତ ଡଲାରରୁ ଅଧିକ।

ରିପୋର୍ଟ ଅନୁଯାୟୀ ମଧ୍ୟପ୍ରାଚ୍ୟରେ ମିସନ ସମୟରେ ଆମେରିକୀୟ ବାହିନୀ ୧୨ଟି ଏଫ୍-୧୫ଇ ବିମାନ, ଗୋଟିଏ ଏଫ୍-୩୫ଏ ଲାଇଟନିଂ ଯୁଦ୍ଧବିମାନ, ଦୁଇଟି ଏ-୧୦ ଥଣ୍ଡରବୋଲ୍ଟ ଦ୍ୱିତୀୟ ଗ୍ରାଉଣ୍ଡ ଆଟାକ ବିମାନ ଓ ୭ଟି କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ରିଫ୍ୟୁଏଲିଂ ବିମାନ ହରାଇଛି।

ଆହୁରି ପଢନ୍ତୁ :Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ ମାର୍ଚ୍ଚ ୨ରେ କୁଏତରେ ମିତ୍ରପକ୍ଷର ଭୁଲ୍‌ ଆକ୍ରମଣରେ ତିନୋଟି ଏଫ୍-୧୫ ବିମାନ ଧରାଶାୟୀ ହୋଇଥିଲା।

ପରବର୍ତ୍ତୀ ମାସରେ ଇରାନ ଆକାଶରେ ଆଉ ଗୋଟିଏ ନଷ୍ଟ ହୋଇଥିଲା।

ସେପ୍ଟେମ୍ବର ୯ ଓ ୧୦ରେ ଜୋର୍ଡାନର ମୁୱାଫଫାକ ସାଲ୍ଟି ଏୟାର ବେସ ଉପରେ ଇରାନର ବିମାନ ଆକ୍ରମଣ ସମୟରେ ଅତି କମରେ ଆଉ ଆଠଟି ଏଫ୍-୧୫ଇ ବିମାନ କ୍ଷତିଗ୍ରସ୍ତ ହୋଇଥିଲା।

ଏହା ବ୍ୟତୀତ ଗୋଟିଏ ଇ-୩ ସେଣ୍ଟ୍ରି ଏୟାରବର୍ନ ଆର୍ଲି ୱାର୍ନିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ବିମାନ, ଦୁଇଟି ଏମସି-୧୩୦ଜେ କମାଣ୍ଡୋ ଦ୍ୱିତୀୟ ବିଶେଷ ଅପରେସନ ବିମାନ, ଗୋଟିଏ ଏଚଏଚ-୬୦ଡବ୍ଲ୍ୟୁ ଜଲି ଗ୍ରିନ୍ ଦ୍ୱିତୀୟ କମ୍ବାଟ ସର୍ଚ ଆଣ୍ଡ ରେସ୍କ୍ୟୁ ହେଲିକପ୍ଟର, ଗୋଟିଏ ଏମକ୍ୟୁ-୪ସି ଟ୍ରାଇଟନ ମାନବରହିତ ବିମାନ, ତିନୋଟି ଏମ୍‌କ୍ୟୁ-୧ ବହୁମୁଖୀ ମାନବରହିତ ବିମାନ ଓ ୪୫ଟି ଏମକ୍ୟୁ-୯ ରିପର ବହୁମୁଖୀ ମାନବରହିତ ବିମାନ ମଧ୍ୟ ନଷ୍ଟ ହୋଇଛି।

ଆହୁରି ପଢନ୍ତୁ :DGP meeting: ବନ୍ଦ ପାଳନ ବେଳେ ଶାନ୍ତି-ଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଇ-୩ ସର୍ଭେଲାନ୍ସ ବିମାନ ନଷ୍ଟ ହେବା ଆମେରିକା ପାଇଁ ବଡ଼ ଝଟ୍‌କା ହୋଇଛି।

୨୦୧୫ ସୁଦ୍ଧା ଆମେରିକୀୟ ବାୟୁସେନାର ପାଖରେ ଏଭଳି ୩୨ଟି ବିମାନ ଥିଲା।

ଯୁଦ୍ଧରେ ଆମେରିକା ଗୋଟିଏ ଏଏଚ୍‌-୬୪ ଆପାଚି ଆଟାକ୍‌ ହେଲିକପ୍ଟର, ଚାରୋଟି ଏଏଚ-୬ ଲିଟଲ ବାର୍ଡ ହାଲୁକା ଆକ୍ରମଣ ହେଲିକପ୍ଟର ଓ ଗୋଟିଏ ଏମଏଚ-୬୦ ସି ହକ ସାମୁଦ୍ରିକ ହେଲିକପ୍ଟର ମଧ୍ୟ ହରାଇଛି।

ଆହୁରି ପଢନ୍ତୁ :Himanta Biswa Sarma: "ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଶ ମଧ୍ୟ ବଙ୍କା କରିପାରିବେ ନାହିଁ ରାହୁଲ" ରିପୋର୍ଟରେ ସାବଧାନ କରାଯାଇଛି ଯେ ଏହି ଆକଳନ ପରିବର୍ତ୍ତନ ହୋଇପାରେ କାରଣ କିଛି ଯୁଦ୍ଧ ସୂଚନା ଏପର୍ଯ୍ୟନ୍ତ ଗୋପନୀୟ ରହିଛି ।

ଇରାନରେ ଆମେରିକୀୟ ବାହିନୀ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରର ମୂଲ୍ୟ ମଧ୍ୟ ମାତ୍ର ଏକ ମାସରୁ ଅଧିକ ସମୟରେ ୬ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି।

ସର୍ବଶେଷ କଂଗ୍ରେସ ବଜେଟ ଅଫିସ ରିପୋର୍ଟରେ ଏହା ୨୧.୭ ବିଲିୟନ ଡଲାର ଥିଲା ଏବଂ ଏବେ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ଆକଳନରେ ୨୮.୧ ବିଲିୟନ ଡଲାର ହୋଇଛି।

ହ୍ୱାଇଟ୍ ହାଉସ୍ ଓ ପେଣ୍ଟାଗନ ଏପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।