Asian Games 2026: କବାଡ଼ିରେ ମହିଳାଙ୍କ ପରେ ଭାରତୀୟ ପୁରୁଷ ଟିମ୍ ଆଣିଲେ ସ୍ବର୍ଣ୍ଣ
"ନାଗୋୟା: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର କବାଡ଼ି ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ୍ ୪୦-୩୪ ସ୍କୋରରେ ଇରାନକୁ ପରାସ୍ତ କରିଛନ୍ତି।
ପ୍ରଥମ ହାଫ୍ରେ ଭାରତୀୟ ଟିମ୍ ୧୭-୧୮ ସ୍କୋରରେ ଇରାନ ଠାରୁ ପଛୁଆ ଥିଲେ।
ମାତ୍ର ଦ୍ବିତୀୟ ହାଫ୍ରେ ଦୃଢ଼ ସ୍ଥିତିକୁ ଫେରିଥିଲେ।
ସ୍କୋର ୩୦-୨୪ରେ ପହଞ୍ଚାଇଥିଲେ।
ଶେଷରେ ୪୦-୩୪ରେ ସ୍କୋରରେ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ।
Advertisment ଏଥର ୨୦୨୩ର ଫାଇନାଲ ମ୍ୟାଚ୍ ଭଳି କୌଣସି ଡ୍ରାମା ହୋଇ ନଥିଲା।
ଭାରତ ଦ୍ବିତୀୟ ହକିରେ ଏକତରଫା ପଏଣ୍ଟ ହାସଲ କରିବା ସହିତ ସହଜରେ ବିଜୟ ହାସଲ କରିଥିଲା।
ମ୍ୟାଚ୍ ସମୟରେ ଇରାନ ସବୁବେଳେ ଭଲ ଫର୍ମକୁ ଫେରିବାକୁ ଉଦ୍ୟମ କରିଥିଲା।
କିନ୍ତୁ ଶେଷରେ ଭାରତ ଠାରୁ ପରାସ୍ତ ହୋଇଥିଲା।
ପ୍ରଥମ ହାଫ୍ରେ ୧୭-୧୯ ସ୍କୋରରେ ପଛୁଆ ରହିଲା ପରେ ଭାରତୀୟ ଟିମ୍ର ଖେଳାଳିମାନେ ଦ୍ବିତୀୟ ହାଫ୍ରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିଲେ।
ଭାରତୀୟ ଟିମ୍ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିଲା।
ଇରାନ ଯଦିଓ ପ୍ରଭାବ ଦେଖାଇଥିଲା, ଉଲ୍ଲେଖନୀୟ ସଫଳତା ହାସଲ କରିପାରି ନଥିଲା।
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ଣରେ ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।
ପୁଷ୍ପ ରାଣାଙ୍କ ନେତୃତ୍ୱରେ ଦଳ ଫାଇନାଲ୍ରେ ଇରାନକୁ ପରାସ୍ତ କରି ଦେଶ ପାଇଁ ଗୌରବ ଆଣିଥିଲା।
ଏହି ବିଜୟ ସହ ଏସୀୟ କ୍ରୀଡ଼ାରେ ଭାରତର ପଦକ ତାଲିକାରେ ଆଉ ଏକ ସ୍ୱର୍ଣ୍ଣ ଯୋଡ଼ି ହୋଇଥିଲା।
Commonwealth Games 2026: ଭାରତକୁ ମିଳିଲା ୬ଷ୍ଠ ସ୍ବର୍ଣ୍ଣ ପଦକ; କମାଲ କଲେ ପ୍ରୀତି ପାୱାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।