Asian Games cricket: କ୍ରିକେଟ୍‌ ସ୍ବର୍ଣ୍ଣ ବଜାୟ ରଖିଲା ଭାରତ

Oct 03, 2026 - 18:07
Asian Games cricket: କ୍ରିକେଟ୍‌ ସ୍ବର୍ଣ୍ଣ ବଜାୟ ରଖିଲା ଭାରତ

"ନିଶିନ: ମହିଳାଙ୍କ ଭଳି ଭାରତୀୟ ପୁରୁଷ କ୍ରିକେଟ୍‌ଦଳ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇଛି।

ଶନିବାର ଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ୧୯ ରନ୍‌ରେ ଚୀରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି।

ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ୍‌ରେ ଖେଳିଥିବା ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଅଭିଷେକ ଶର୍ମା (୬୧, ୨୮ ବଲ୍‌, ୩ ଚୌକା, ୭ ଛକା) ଓ ତିଳକ ବର୍ମା (୫୧*, ୨୨ ବଲ୍‌, ୩ ଚୌକା, ୪ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ୍‌ ହରାଇ ୨୧୧ ରନ୍‌ କରିଥିଲା।

୧୪.୧ ଓଭରରେ ଭାରତ ୧୩୩/୫ କରିଥିଲା।

ହେଲେ ତିଳକ ଓ ଶିବମ୍‌ ଦୁବେ (୨୭, ୧୫ ବଲ୍‌, ୨ ଚୌକା, ୨ ଛକା) ଷଷ୍ଠ ୱିକେଟ୍‌ରେ ୩୦ ବଲ୍‌ରୁ ୬୨ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ୨୦୦ ପାର୍‌ କରିବାର ବାଟ ଫିଟାଇଥିଲେ।

ଜବାବରେ ହାସନ ନୱାଜଙ୍କ ୫୧ ବଲ୍‌ରୁ ୯୬ (୫ ଚୌକା, ୭ ଛକା)ଙ୍କ ପାଳି ସତ୍ତ୍ବେ ପାକିସ୍ତାନ ୧୯୨/୬ରେ ଅଟକି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର ଓ ଶିବମ ଦୁବେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।ଏହା ପୂର୍ବରୁ ଖେଳାଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ଶ୍ରୀଲଙ୍କା ୬୩ ରନ୍‌ରେ ବାଂଲାଦେଶକୁ ହରାଇ କାଂସ୍ୟ ଜିତିଥିଲା।Advertisment ସଂକ୍ଷିପ୍ତ ସ୍କୋର୍‌: ଭାରତ ୨୦ ଓଭରରେ ୨୧୧/୬ (ଅଭିଷେକ ଶର୍ମା ୬୧, ତିଳକ ବର୍ମା ୫୧*, ଶିବମ ଦୁବେ ୨୭, ଅରାଫତ ମିନ୍‌ହାନ୍‌ ୨/୨୫, ଅହମଦ ଡାନିୟଲ ୨/୪୩)।

ପାକିସ୍ତାନ ୨୦ ଓଭରରେ ୧୯୨/୬ (ହାସନ ନୱାଜ ୯୬, ସୈମ ଆୟୁବ ୨୯, ଅକ୍ଷର ପଟେଲ ୨/୨୯, ୱାସିଂଟନ ସୁନ୍ଦର ୨/୨୯, ଶିବମ ଦୁବେ ୨/୨୯)।

ସ୍ବର୍ଣ୍ଣ ଜିତିବାରେ ବୈଭବ ସର୍ବକନିଷ୍ଠ ଭାରତୀୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।