Bacteria can survive on the moon: କିମାଶ୍ଚର୍ଯ୍ୟମ୍‌: ଚନ୍ଦ୍ରରେ ତିଷ୍ଠିପାରିବେ ଜୀବାଣୁ

Aug 24, 2026 - 07:50
Bacteria can survive on the moon: କିମାଶ୍ଚର୍ଯ୍ୟମ୍‌: ଚନ୍ଦ୍ରରେ ତିଷ୍ଠିପାରିବେ ଜୀବାଣୁ

"ଚନ୍ଦ୍ର ପୃଷ୍ଠରେ ମଣିଷ ସମେତ ଅନ୍ୟାନ୍ୟ ପ୍ରାଣୀ ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ଆମେ ଜାଣୁ।

ଏହାର କାରଣ ହେଲା ସେଠାରେ ଶ୍ବାସକ୍ରିୟା ଲାଗି ବାୟୁମଣ୍ଡଳ ନାହିଁ, ତାପମାତ୍ରା ଚରମ ଅବସ୍ଥାରେ ଥାଏ, ଲଗାତାର ମହାକାଶ ବିକିରଣ ଓ ଚାର୍ଜଯୁକ୍ତ କଣିକା ମାଡ଼ ହୋଇଥାଏ।

ତେବେ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା "ନାସା"ର ବୈଜ୍ଞାନିକଙ୍କ ନେତୃତ୍ବରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କିଛି କ୍ଷୁଦ୍ର ଜୀବାଣୁ କିଛି ସପ୍ତାହରୁ ଆରମ୍ଭ କରି ମାସ ମାସ ପର୍ଯ୍ୟନ୍ତ ଚନ୍ଦ୍ରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବଞ୍ଚି ରହିପାରିବେ।Advertisment Agriculture: ବାଜିରେ ଲାଗିଛି କୃଷି ଶ୍ରମିକଙ୍କ ଜୀବନ; ୧୦ ଘଣ୍ଟା କାମ କଲେ ମଜୁରି ମିଳେ ୨୫୦ ଟଙ୍କା ବୈଜ୍ଞାନିକମାେନ ପାଞ୍ଚଟି ପ୍ରଜାତିର ବ୍ୟାକ୍ଟେରିଆ ଓ ଫିମ୍ପିକୁ ନେଇ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟସ୍ଥ ତିନିଟି ଗର୍ତ୍ତରେ ସିମ୍ୟୁଲେସନ୍‌ ପରୀକ୍ଷା କରିଥିଲେ।

ଏଥିରେ ଦେଖିବାକୁ ମିଳିଥିଲା ଯେ ସ୍ଥାୟୀ ଭାବେ ଛାଇରେ ରହୁଥିବା ଗର୍ତ୍ତଗୁଡ଼ିକରେ ଜୀବାଣୁଗୁଡ଼ିକ ବହୁ ଦିନ ଧରି ବଞ୍ଚି ରହିବା ସମ୍ଭବ।

ପରୀକ୍ଷାରେ ସାମିଲ କରାଯାଇଥିବା ବ୍ୟାକ୍ଟେରିଆ ଓ ଫିମ୍ପି ମଧ୍ୟରୁ "ବ୍ଲାକ୍‌ ମଲ୍‌ଡ" ନାମକ ଫିମ୍ପି ସର୍ବାଧିକ କାଳ ତିଷ୍ଠି ରହିବାର ସମ୍ଭବନା ଦେଖାଯାଇଛି।

ନିକଟ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ ପୁଣି ଥରେ ଚନ୍ଦ୍ରରେ ମାନବ ଅବତରଣ କରାଇବାର ଯୋଜନା ରଖିଥିବାରୁ ମହାକାଶଚାରୀଙ୍କ ଶରୀରରୁ କିଛି ଜୀବାଣୁ ଅନିଚ୍ଛାକୃତ ଭାବେ ଚନ୍ଦ୍ରପୃଷ୍ଠକୁ ସ୍ଥାନାନ୍ତରିତ ହୋଇଯିବାର ବିପଦ ରହିଛି। "ନାସା"ର ଏହି ଅଧ୍ୟୟନରେ ଚନ୍ଦ୍ରରେ ଜୀବାଣୁମାନଙ୍କ କେବଳ ତିଷ୍ଠି ରହିବା କ୍ଷମତା ଉପରେ ଅଧ୍ୟୟନ କରାଯାଇଥିବାବେଳେ ସେମାନଙ୍କ ଅଭିବୃଦ୍ଧି ବା ପ୍ରଜନନ ନେଇ ଅଧିକ ଗବେଷଣା ଆବଶ୍ୟକ।

Jayalukkas: ଜୟଆଲୁକ୍କାସରେ ସର୍ବବୃହତ ଗହଣା ସେଲ୍‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।