BJP Leader Suspended After Guns Seized: ପ୍ରକାଶ ପାଶ୍ବାନଙ୍କୁ ବିଜେପିରୁ ସସ୍ପେଣ୍ଡ୍, ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ

Aug 20, 2026 - 20:38
BJP Leader Suspended After Guns Seized: ପ୍ରକାଶ ପାଶ୍ବାନଙ୍କୁ ବିଜେପିରୁ ସସ୍ପେଣ୍ଡ୍, ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ

ରାଉରକେଲାର ଯୁବ ବିଜେପି ନେତାଙ୍କ ଉପରେ ଭାରି ପଡ଼ିଲା ପାନପୋଷ ସର୍କିଟ ହାଉସରୁ ଦେଶୀ ବନ୍ଧୁକ ଜବତ ମାମଲା। ବିଶୃଙ୍ଖଳିତ ଆଚରଣ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜେପିରୁ ସସ୍ପେଣ୍ଡ୍ ହେଲେ ପ୍ରକାଶ ପାଶ୍ବାନ। ରାଉରକେଲା ଯୁବ ବିଜେପିର କାର୍ଯ୍ୟକାରୀ ସଦସ୍ୟ ତଥା ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧିଙ୍କୁ ମହଙ୍ଗା ପଡ଼ିଲା ଅପରାଧୀଙ୍କ ସହ ଲିଙ୍କ୍। ଗତ ୧୫ ତାରିଖ ଭୋରରୁ ରାଉରକେଲା ପାନପୋଷ୍ ସ୍ଥିତ ସର୍କିଟ୍ ହାଉସରେ ହଠାତ ଚଢାଉ କରି ୭ ଜଣଙ୍କୁ ଗିରଫ କରିଥିଲା ରାଉରକେଲା ପୋଲିସ। ସର୍କିଟ୍ ହାଉସରେ ବେଆଇନ୍ ବନ୍ଧୁକ କାରବାରର ସୁରାକ୍ ପାଇ ପୋଲିସ ରେଡ୍ କରିଥିଲା। ଆଉ ରେଡ୍ ବେଳେ ଯାହା ମିଳିଥିଲା, ତାକୁ ଦେଖି ତାଜୁବ୍ ହୋଇଥିଲା ପୋଲିସ। ବେଡ୍ ତଳୁ ୨ ଦେଶୀ ବନ୍ଧୁକ ସହ ମୋଟ ୪ଟି ବନ୍ଧୁକ, ଗୁଳି ଓ ମାଗଜିନ୍ ଜବତ କରିଥିଲା ପୋଲିସ। ଘଟଣାରେ ୭ ଜଣଙ୍କୁ ଗିରଫ ବି କରିଥିଲା।

ପରେ ଏ ଘଟଣା ଗଣମାଧ୍ୟମକୁ ଆସିବା ପରେ ସାମ୍ନାକୁ ଆସିଥିଲା ରାଉରକେଲାର ଯୁବ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି ଥିବା ପ୍ରକାଶ ପାଶ୍ବାନଙ୍କ ନାଁ। କୁହାଯାଉଛି, ତାଙ୍କରି ନାଁରେ ହିଁ ସର୍କିଟ ହାଉସର ରୁମ୍ ବୁକ୍ ହୋଇଥିଲା। ଆଉ ସେହି ୧୦୭ ନମ୍ବର ରୁମରୁ ହିଁ ମିଳିଥିଲା ଦେଶୀ ବନ୍ଧୁକର ଖଜାନା। ଏବେ ଏ ଘଟଣାକୁ ଜୋର ଧରିଛି ରାଜନୀତି। କାରଣ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କିଛି ହାର୍ଡକୋର ଅପରାଧୀ ଥିବାରୁ, ରାଉରକେଲାର ଏ ଯୁବ ବିଜେପି ନେତାଙ୍କ ସହ ଏ ଅପରାଧୀଙ୍କ ସହ ସମ୍ପର୍କ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏପରିକି ସାଂସଦଙ୍କ ପ୍ରତିନିଧିଙ୍କର ବେଆଇନ୍ ବନ୍ଧୁକ କାରବାରେ ଲିଙ୍କ ଥିବା ସଙ୍ଗୀନ୍ ଅଭିଯୋଗ ବି କରିଛନ୍ତି। ହେଲେ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଇଥିଲେ ପ୍ରକାଶ ପାଶ୍ବାନ। ସେପଟେ ଏ ନେଇ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ମିଳିପାରିନି।

ସର୍କିଟ ହାଉସରୁ ୭ ଜଣ ଗିରଫ ହେବା ପରେ ରୁମ୍ ବୁକ୍ କରିଥିବା ବିଜେପି ଯୁବନେତା ପ୍ରକାଶ ପାଶ୍ବାନ୍ କେବେ ଗିରଫ ହେବେ, ତାକୁ ନେଇ ରାଉରକେଲା ରାଜନୀତି ଉଠିଛି ଝଡ଼। ଆଉ ପ୍ରକାଶଙ୍କ ଉପରେ ପୋଲିସର କୌଣସି ଆକ୍ସନ ପୂର୍ବରୁ ଆଜି ବିଜେପିରୁ ତାଙ୍କ ନିଲମ୍ବନ କରିଛି ଦଳ। ଦଳରୁ ସସ୍ପେଣ୍ଡ୍ ହୋଇଥିବାରୁ ଏବେ ପ୍ରକାଶ ପାଶ୍ବାନଙ୍କ ଅଡୁଆ ବଢ଼ିବା ନେଇ ଅନୁମାନ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।