Brazil: ଭାରତ ପଦାର୍ପଣରେ ବାଜି ମାରିଲା ବ୍ରାଜିଲ୍‌: ନୂଆ ଫର୍ଦ୍ଦ, ପୁରୁଣା ଫଳ

Oct 04, 2026 - 04:20
Brazil: ଭାରତ ପଦାର୍ପଣରେ ବାଜି ମାରିଲା ବ୍ରାଜିଲ୍‌: ନୂଆ ଫର୍ଦ୍ଦ, ପୁରୁଣା ଫଳ

"ସଲ୍ଟ ଲେକ୍‌ ଷ୍ଟାଡିୟମ୍‌ରୁ ସୁରେଶ ସ୍ବାଇଁ କୋଲକାତା: ଅକ୍ଟୋବର ୩, ୨୦୨୬ ଭାରତୀୟ ଫୁଟ୍‌ବଲ୍‌ ଇତିହାସରେ ଏକ ସ୍ବତନ୍ତ୍ର ଦିନ ‌ହୋଇ ରହିବ।

ଭାରତ-ବ୍ରାଜିଲ୍‌ ଫୁଟ୍‌ବଲ୍‌ ସମ୍ପର୍କର ଭିତ୍ତି ପଡ଼ିଲା ଏହି ଐତିହାସିକ ତାରିଖରେ।

ସଲ୍ଟ ଲେକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ  ବନ୍ଧୁତ୍ବପୂର୍ଣ୍ଣ ଖେଳାଯିବା ପୂର୍ବରୁ କୋଲକାତା ସହର ଟ୍ରାଫିକ୍‌ ଜାମରେ ଯେଭଳି ଫସିଥିଲା, ଫୁଟ୍‌ବଲ୍‌ ଉଲ୍ଲାସରେ ବି ସେତିକି ମଜିଯାଇଥିଲା।

କିକ୍‌ ଅଫ୍‌ ପରେ କିନ୍ତୁ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଫୁଟ୍‌ବଲ୍‌ ରଣାଙ୍ଗନରେ ପରିଣତ ‌ହୋଇଯାଇଥିଲା।

ଭାରତ ଓ ବ୍ରାଜିଲର ଫୁଟ୍‌ବଲ୍‌ ଇତିହାସ ଶତକ ଅତିକ୍ରମ କରି ସାରିଥିଲେ ମଧ୍ୟ ଶନିବାର ପ୍ରଥମ ଥର ମୁକାବିଲା କରିଥିଲେ ଏହାର ବରିଷ୍ଠ ପୁରୁଷ ଦଳ।

ପ୍ରଥମ ସଂସ୍କରଣ ଫିଫା ଆସିଆନ୍‌ କପ୍‌ରୁ ଓହରି ବିବାଦରେ ପଡ଼ିଥିବା ଭାରତ ସମାନ ସମୟରେ ପାନାମା, ବ୍ରାଜିଲ୍‌, ଉରୁଗୁଏ ଭଳି ୩ଟି ବିଶ୍ବସ୍ତରୀୟ ଦଳ ସହ ଖେଳିବାକୁ ନିଷ୍ପତ୍ତି ନେଇଥିଲା।

ବେଙ୍ଗାଲୁରୁଠାରେ ପାନାମା ବିପକ୍ଷ ମୁକାବିଲାକୁ ୧-୧ରେ ଡ୍ର" ରଖି ଭଲ ଆରମ୍ଭ କରିଥିଲା।

Advertisment Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ "ୱି ଉତ୍ସବ ୨୦୨୬" ଶନିବାର କିନ୍ତୁ ୫ ଥର ବିଶ୍ବକପ୍‌ ବିଜେତା ବ୍ରାଜିଲ୍‌ ୪-୦ରେ ବାଜି ମାରି ନେଇଥିଲା।

ଫିଫା ମାନ୍ୟତାରେ ୫ ନମ୍ବର ବ୍ରାଜିଲ ଓ ୧୩୮ ନମ୍ବର ଭାରତ ମଧ୍ୟରେ ଥିବା ପ୍ରଭେଦ ପ୍ରଦର୍ଶନରେ ପ୍ରତିଫଳିତ ହୋଇଥିଲା।

ପ୍ରଥମ ମିନିଟ୍‌ରେ ତାରକା ଭିନସିୟସ ଜୁନିୟର୍‌ଙ୍କ ଗୋଲକୁ ଅନିରୁଦ୍ଧ ଥାପ୍ପା ପ୍ରତିହତ କରି ଦେଇଥିଲେ।

୨୮ ମିନିଟ୍‌ ପର୍ଯ୍ୟନ୍ତ ଭାରତ ଗୋଲ ବରଣ ନ କରିବା ବଡ଼ କଥା ‌ହୋଇଥିଲା।

ଏହି ସମୟରେ ଏସ୍ତାଭାଓ ୱିଲିୟନ ଆଲମେଇଦାଙ୍କ ଗୋଲ୍‌ ସଲ୍ଟ ଲେକ୍‌ରେ ସଲ୍ଟ ପକାଇ ଦେଇଥିଲା।

ନିରବି ଯାଇଥିଲେ ପ୍ରଶଂସକ।

୪୨ ମିନିଟରେ ‌ପେଦ୍ରୋ ବ୍ରାଜିଲ ଅଗ୍ରଣୀକୁ ଦୁଇ ଗୁଣା କରି ଦେଇଥିଲେ।

ଭାରତର ଅଷ୍ଟ୍ରେଲୀୟ ତାରକା ରୢାନ୍‌ ୱିଲିୟମ୍‌ ୪୫ତମ ମିନିଟ୍‌ରେ ଏକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳ ନହେବାରୁ ପ୍ରଥମାର୍ଦ୍ଧରେ ଭାରତ ୦-୨ରେ ପଛରେ ପଡ଼ିଥିଲା।

ଦ୍ବିତୀୟାର୍ଦ୍ଧରେ ଅଧିନାୟକ ତଥା ଗୋଲି ଗୁରପ୍ରୀତ୍‌ ସିଂହ ସାନ୍ଧୁଙ୍କ ବଦଳରେ ପ୍ରଭସୁଖନ ସିଂହ ଗିଲ୍‌ ପୋଷ୍ଟ ସମ୍ଭାଳିଥିଲେ।

ତଥାପି ଭାଗ୍ୟ ବଦଳି ନଥିଲା।

ସାମୁଏଲ ଲିନୋ ବ୍ରାଜିଲକୁ ୩-୦ରେ ଆଗୁଆ କରିଥିଲେ।

ସଲ୍ଟ ଲେକ୍‌ ପୁଣି ସାଇଲେଣ୍ଟ ହୋଇଯାଇଥିଲା। ‌ଶେଷ ମିନିଟରେ ଲିନୋ ଏହାକୁ ୪-୦ରେ ଶେଷ କରିଥିଲେ।

ଭାରତ ସମ୍ପୂର୍ଣ୍ଣ ୯୦ ମିନିଟରେ ମାତ୍ର ୩/୪ଟି ପୋଷ୍ଟ୍‌ ଲକ୍ଷ୍ୟରେ ସଟ୍‌ ଖେଳିବା ସହ କେବଳ ଅଭିଜ୍ଞତା ସାଉଣ୍ଟିବାରେ ସନ୍ତୁଷ୍ଟ ରହିଥିଲା।

ସଲ୍ଟ ଲେକ୍‌ ଷ୍ଟାଡିୟମ୍‌ର ଅଫିସିଆଲ୍ ସିଟିଂ ଦର୍ଶକ କ୍ଷମତା ୮୫,୦୦୦।

Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବହୁ ସିଟ୍‌ ଖାଲି ପଡ଼ିବା ସହ ୫୧,୦୦୦ ପ୍ରଶଂସକ ଥିଲେ ଶନିବାର।

ସମସ୍ତେ ଥିଲେ ବ୍ଲୁ ଟାଇଗର୍ସ ଭାରତୀୟ ଦଳ ପ୍ରଶଂସକ।

ଦେଖିବାକୁ କିନ୍ତୁ ଥିଲା ଭିନ୍ନ ଦୃଶ୍ୟ।

ବ୍ଲୁ ଟି ସାର୍ଟ ବଦଳରେ ହଳଦିଆ ଟି ସାର୍ଟର ସଂଖ୍ୟା ଥିଲା ଅଧିକ।

କୋଲକାତାରେ ବ୍ରାଜିଲ୍‌ ପ୍ରଶଂସକଙ୍କ ସଂଖ୍ୟା ବହୁ ମାତ୍ରାରେ ଥିବା ଅନେକଙ୍କୁ ଜଣା। ‌ତେବେ ଦୁଇ ଦେଶ ଲଢ଼ୁଥିବାବେଳେ ଏଭଳି ଚିତ୍ର କିନ୍ତୁ ଅସଲ ଫୁଟ୍‌ବଲ୍‌ ବଂଧୁତ୍ବର ବାର୍ତ୍ତା ଦେଇଥିଲା।

ଭାରତୀୟ ପ୍ରଶଂସକଙ୍କ ମନ ଭାରତ ପାଖରେ ଥିଲା, ହୃଦୟ ବ୍ରାଜିଲ ପାଇଁ ହୃଦସ୍ପନ୍ଦନ‌ ହେଉଥିଲା।

ସେଥି ପାଇଁ ବି ପରାଜୟର ଫଳାଫଳ ବିଶେଷ ଦୁଃଖ ଦେଇ ନଥିଲା କାହାରିକୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।