KIIT: କିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ପରିପ୍ରେକ୍ଷୀରେ ଏକ ଅନୁଚିନ୍ତା: ସଭିଏଁ ପ୍ରେମରେ ବନ୍ଧା
"ଅଚ୍ୟୁତ ସାମନ୍ତପ୍ରତିଷ୍ଠାତା, କିଟ୍ ଓ କିସ୍ ପ୍ରତ୍ୟେକ ସମାବର୍ତ୍ତନ ଉତ୍ସବରେ ଏମିତି ଗୋଟିଏ ମୁହୂର୍ତ୍ତ ଆସେ, ଯାହାକୁ ମୁଁ ବର୍ଷସାରା ଅପେକ୍ଷା କରିଥାଏ।
ଜଣେ ଯୁବ ସ୍ନାତକ ମଞ୍ଚ ଉପରେ ଚାଲି ଚାଲି ଯାଏ ଏବଂ ଭିଡ଼ ଭିତରେ କେଉଁଠି ଜଣେ ମା" ନିରବରେ ଆଖିର ଲୁହ ପୋଛିଦିଏ।
ସେହି ଗୋଟିଏ ମୁହୂର୍ତ୍ତରେ ମୁଁ ଆମର ସମସ୍ତ ପରିଶ୍ରମର ଫଳ ଦେଖିବାକୁ ପାଏ।
ସେହି ଲୁହ ବିନ୍ଦୁଗୁଡ଼ିକ ହେଉଛି ଭଲପାଇବା—ସେହି ପରିବାରର ଭଲପାଇବା, ଯିଏ ନିଜର ସବୁକିଛି ତ୍ୟାଗ କରିଛନ୍ତି ଯାହା ଫଳରେ ସେମାନଙ୍କ ସନ୍ତାନ ଆଜି ସେଠାରେ ଠିଆ ହୋଇପାରିଛି।
୩ରୁ ୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କିଟ୍ ତାହାର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି, ଏବଂ ସେହି ମୁହୂର୍ତ୍ତ ବାରମ୍ବାର ଆସିବ।
ପ୍ରତ୍ୟେକ ନାମ ପଛରେ ଜଣେ ମା" ଅଛନ୍ତି, ଯିଏ ଅପେକ୍ଷା କରିଥିଲେ, ଜଣେ ବାପା ଅଛନ୍ତି ଯିଏ ସୁରକ୍ଷା ଦେଇଥିଲେ ଏବଂ ଜଣେ ଶିକ୍ଷକ ଅଛନ୍ତି ଯିଏ ବିଶ୍ୱାସ ରଖିଥିଲେ।
ଆମେ ଅତି ନମ୍ର ଭାବେ ଶୁଭାରମ୍ଭ କରିଥିଲୁ।
ଈଶ୍ୱରଙ୍କ କୃପା ଓ ଆଶୀର୍ବାଦରୁ, ଯାହା ଅତି ସାନରୁ ଆରମ୍ଭ ହୋଇଥିଲା ତାହା ଆଜି ଏତେ ବିଶାଳ ଓ ଏତେ ଦ୍ରୁତ ବୃଦ୍ଧି ପାଇଛି ଯେ, ତାହାକୁ ଶବ୍ଦରେ ପ୍ରକାଶ କରିବା କଷ୍ଟକର।
ଏହି ସବୁକିଛିକୁ ଗୋଟିଏ ମାତ୍ର ଦଉଡ଼ିରେ ବାନ୍ଧିରଖିଛି, ତାହା ହେଉଛି ଭଲପାଇବାର ଦଉଡ଼ି।
ଆମର ସଂପର୍କ ହେଉଛି ସ୍ନେହ ଓ ଭଲପାଇବାର।
ନିୟମ ଆମକୁ ମାର୍ଗଦର୍ଶନ କରେ ଏବଂ ସୌଧଗୁଡ଼ିକ ଆମକୁ ଆଶ୍ରୟ ଦିଅନ୍ତି, କିନ୍ତୁ କେବଳ ଭଲପାଇବା ହିଁ ଆମକୁ ଏକାଠି ବାନ୍ଧି ରଖିଥାଏ।
କିଟ୍ ଆଜି ଯାହା ବି ହାସଲ କରିଛି, ତାହା କେବଳ ଭଲପାଇବା ଦ୍ୱାରା ହିଁ ସମ୍ଭବ ହୋଇଛି।Advertisment Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ ଗୋଟିଏ ବିଶ୍ୱବିଦ୍ୟାଳୟ ଦୁଇଟି ଜିନିଷ ଗଢ଼ିଥାଏ - ତାହା କ୍ୟାମ୍ପସ୍ ଓ ମଣିଷ।
ସୌଧଗୁଡ଼ିକ ଶହେ ବର୍ଷ ପର୍ଯ୍ୟନ୍ତ ଠିଆ ହୋଇରହେ, କିନ୍ତୁ ମଣିଷ ଆଗାମୀ ଶତାବ୍ଦୀଗୁଡ଼ିକର ରୂପରେଖ ଦିଏ।
ଯତ୍ନ ଓ ସ୍ନେହ ହିଁ ପ୍ରକୃତ ଶିକ୍ଷାର ମୂଳଦୁଆ, ଏବଂ ବିଦ୍ୟାର୍ଥୀମାନେ ସେତେବେଳେ ସର୍ବୋତ୍ତମ ଭାବେ ବିକଶିତ ହୁଅନ୍ତି, ଯେତେବେଳେ ସେମାନେ ନିଜକୁ ଆଦୃତ ଅନୁଭବ କରନ୍ତି।
ଶିକ୍ଷା ହେଉଛି ଭଲପାଇବାର ଏକ ରୂପ ଏବଂ ଏକ ସାହସିକ କାର୍ଯ୍ୟ।
ଯୁବପିଢ଼ି ଆଦର ପାଇଲେ ହିଁ ନୂଆ ପ୍ରୟାସ କରିବାକୁ ସାହସ କରନ୍ତି।
ଆଉ ସେଇ ସାହସ ବଳରେ ସେମାନେ ଶିଖନ୍ତି।
ସେହି ଭଲପାଇବାର ଡୋରିରେ ବନ୍ଧା ହୋଇ ଆମର ପିଲାମାନେ ଆଜି ଉଲ୍ଲେଖନୀୟ ବ୍ୟକ୍ତିତ୍ୱରେ ପରିଣତ ହୋଇଛନ୍ତି।
ଶିକ୍ଷାଦାନ ସଦାସର୍ବଦା ଆମର ପ୍ରଥମ ଅଙ୍ଗୀକାର ଏବଂ ଆମର ଭିତ୍ତିଭୂମି ସେହି ଅଙ୍ଗୀକାରକୁ ପୂରଣ କରିବାରେ ସାହାଯ୍ୟ କରେ।
ଶ୍ରେଣୀଗୃହ, ଗବେଷଣାଗାର, ପାଠାଗାର, ଛାତ୍ରାବାସ, କିମ୍ସ ହସ୍ପିଟାଲ, ଖେଳପଡ଼ିଆ ଓ ସବୁଜ ପରିବେଶ- ଏସବୁର ଗୋଟିଏ ହିଁ ଉଦ୍ଦେଶ୍ୟ।
ଏଠାରେ ଥିବା ପ୍ରତ୍ୟେକ ଯୁବକ-ଯୁବତୀ ନିଜକୁ ଶ୍ରେଷ୍ଠ ରୂପେ ଗଢ଼ିତୋଳିବା ପାଇଁ ଯାହା ଯାହା ପ୍ରୟୋଜନ, ସେ ସବୁ ଯେପରି ପାଇପାରିବେ।
ଗବେଷଣା ଓ ନବସର୍ଜନା ମଧ୍ୟ ଏହି ମାଟିରୁ ହିଁ ସୃଷ୍ଟି ହୁଏ।
ଆମର ଅଧ୍ୟାପକ ଓ ଗବେଷକମାନେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ନିବନ୍ଧ ପ୍ରକାଶ କରୁଛନ୍ତି ଏବଂ ପେଟେଣ୍ଟ ହାସଲ କରୁଛନ୍ତି।
କିଟ୍ ଟେକ୍ନୋଲୋଜି ବିଜନେସ୍ ଇନ୍କ୍ୟୁବେଟର ଶହ ଶହ ଯୁବ ଉଦ୍ୟୋଗୀଙ୍କୁ ସେମାନଙ୍କ ଭାବନାକୁ ବ୍ୟବସାୟରେ ପରିଣତ କରିବାରେ ସାହାଯ୍ୟ କରିଛି।
ଆମେ ପ୍ରତ୍ୟେକ ବିଷୟରେ କୃତ୍ରିମ ବୁଦ୍ଧିମତ୍ତାକୁ ଆପଣାଇଛୁ, ଯେପରି ଆମର ଛାତ୍ରଛାତ୍ରୀମାନେ ଏହାର ଜ୍ଞାନପୂର୍ଣ୍ଣ ବ୍ୟବହାର ଶିଖିପାରିବେ।
ମୁଁ ଚାହେଁ ସେମାନେ ପ୍ରଯୁକ୍ତିବିଦ୍ୟାରେ ଦକ୍ଷ ହୁଅନ୍ତୁ, କିନ୍ତୁ ପ୍ରଯୁକ୍ତିବିଦ୍ୟା ଯେପରି କେବେ ସେମାନଙ୍କ ହୃଦୟ ଓ ଭାବନାକୁ ନିୟନ୍ତ୍ରଣ ନ କରେ।
ଏହି ବର୍ଷ ଆମର ଛାତ୍ରଛାତ୍ରୀମାନେ ୭ଶହରୁ ଅଧିକ ନିଯୁକ୍ତିଦାତାଙ୍କ ଠାରୁ ୫,୫୦୦ରୁ ଅଧିକ ଚାକିରି ପ୍ରସ୍ତାବ ପାଇଛନ୍ତି।
ପ୍ରତ୍ୟେକ ପ୍ରସ୍ତାବ ପଛରେ ମୁଁ ଗୋଟିଏ ପରିବାରର ଆଶ୍ୱସ୍ତି ପାଏ।
ଆମେ ସର୍ବଦା ଛାତ୍ରଛାତ୍ରୀ ଓ ଅଭିଭାବକ-ଅନୁକୂଳ ପରିବେଶ ବଜାୟ ରଖିବାକୁ ଚେଷ୍ଟା କରିଛୁ।
ଆମର "ଟ୍ୟୁଟର-ମେଣ୍ଟର" ବ୍ୟବସ୍ଥା ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଖରେ କଥା ହେବା ପାଇଁ ଜଣେ ବ୍ୟକ୍ତି ଅଛନ୍ତି ଏବଂ ମୁଁ ଆଜି ମଧ୍ୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ସାଧାରଣ କଥାବାର୍ତ୍ତାକୁ ବହୁତ ମୂଲ୍ୟବାନ ମନେକରେ।
କିଟ୍ର ଜଣେ ବିଦ୍ୟାର୍ଥୀ କେବେ ବି ନିଜକୁ ଏକାକୀ ଅନୁଭବ କରିବା ଉଚିତ ନୁହେଁ ଏବଂ ଜଣେ ଅଭିଭାବକ ନିଜକୁ କେବେ ଦୂରରେ ଥିବା ଅନୁଭବ କରିବା ଉଚିତ ନୁହେଁ।
ଆମକୁ ପ୍ରାପ୍ତ ପ୍ରତ୍ୟେକ ପିଲାକୁ ମୁଁ ଏକ ପବିତ୍ର ଦାୟିତ୍ୱ ଭାବେ ଗ୍ରହଣ କରେ।
କିଟ୍ ଓ କିସ୍, ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ମିଶାଇ ଆମେ ଏକ ଲକ୍ଷରୁ ଅଧିକ ଲୋକଙ୍କର ଏକ ପରିବାର, ଯାହା ନିଜେ ଏକ ସହର ସଦୃଶ। "ଅର୍ଣ୍ଣ ହ୍ୱାଇଲ୍ ଲର୍ଣ୍ଣ" ମାଧ୍ୟମରେ, ଛାତ୍ରଛାତ୍ରୀମାନେ ସପ୍ତାହାନ୍ତରେ କ୍ୟାମ୍ପସରେ କାମ କରନ୍ତି ଏବଂ ପାଠପଢ଼ା ସହ ରୋଜଗାର ମଧ୍ୟ କରନ୍ତି, ଯାହା ସେମାନଙ୍କୁ ଆୟ ସହିତ ଆତ୍ମବିଶ୍ୱାସ ପ୍ରଦାନ କରେ। "କର୍ମଯୋଗୀ ଫେଲୋସିପ୍" ମାଧ୍ୟମରେ ନିଷ୍ଠାପର ଯୁବ ପେସାଦାରମାନେ ସମାଜରେ ରହି ଶିକ୍ଷାଦାନ, ଗବେଷଣା ଓ ସେବା କରନ୍ତି- ଜ୍ଞାନକୁ ସେବାରେ ପରିଣତ କରନ୍ତି।
ଚଳିତବର୍ଷଠାରୁ ଆମର "କମ୍ୟୁନିଟି ଏନ୍ଗେଜମେଣ୍ଟ ପ୍ରୋଗ୍ରାମ" ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଓଡ଼ିଶାର ୫ ହଜାରରୁ ଅଧିକ ଗାଁକୁ ଯାଇ ସ୍ୱାସ୍ଥ୍ୟ ଶିବିର, ଶିକ୍ଷା, ଦକ୍ଷତା ବୃଦ୍ଧି ଓ ସଚେତନତା ସୃଷ୍ଟି କରିବେ।
Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଆମର "ଗ୍ଲୋବାଲ ଫାକଲ୍ଟି ପ୍ରୋଗ୍ରାମ" ଏବଂ "ଇଣ୍ଡିଆ ଟ୍ରେକ୍ ପ୍ରୋଗ୍ରାମ" ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରୁ ଶହ ଶହ ପେସାଦାର ଶିକ୍ଷକ ଏବଂ ବିଶେଷଜ୍ଞ ଆମ ପାଖକୁ ଆସୁଛନ୍ତି।
ଅନେକ ଥର ସେମାନେ ୧୦ ଦିନ ଲେଖାଏଁ ରହି ଆମ ଛାତ୍ରଛାତ୍ରୀଙ୍କୁ ପଢ଼ାନ୍ତି ଏବଂ ସେମାନଙ୍କଠାରୁ ଶିଖନ୍ତି।
୭୦ରୁ ଅଧିକ ଦେଶର ୨ହଜାରରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଆମ ସହିତ ପାଠ ପଢୁଛନ୍ତି, ଏବଂ ବିଦେଶୀ ଅନୁଷ୍ଠାନଗୁଡ଼ିକ ସହିତ ଆମର ୩୫୦ରୁ ଅଧିକ ଚୁକ୍ତିନାମା ସେହି ଯୁବପିଢ଼ିଙ୍କ ପାଇଁ ଦ୍ୱାର ଖୋଲିଦେଇଛି, ଯେଉଁମାନେ କେବେ ନିଜ ଜିଲ୍ଲା ସୀମା ପାର ହେବା କଥା ଭାବି ନଥିଲେ।
ଆମର ଜାତିସଂଘ ସହଭାଗିତା ସେହି ପରିସରକୁ ଆହୁରି ବ୍ୟାପକ କରିଛି।
ଭଲପାଇବାର ଏହି ବୃତ୍ତ ସମଗ୍ର ବିଶ୍ୱକୁ ନିଜ ଭିତରେ ସାମିଲ କରିବା ପାଇଁ ଯଥେଷ୍ଟ ପ୍ରସାରିତ ହୋଇସାରିଛି।
ଯେଉଁ ଗଛ ଦ୍ରୁତ ଗତିରେ ବଢ଼େ ତାହାର ଚେର ମଧ୍ୟ ଗଭୀରକୁ ଯିବା ଆବଶ୍ୟକ, ନଚେତ୍ ପ୍ରଥମ ଝଡ଼ରେ ହିଁ ତାହା ଭାଙ୍ଗିପଡ଼ିବ।
ଏତେ କମ୍ ସମୟ ମଧ୍ୟରେ, ଓଡ଼ିଶା ଭଳି ରାଜ୍ୟରେ ଏତେ ବଡ଼ ଅନୁଷ୍ଠାନ ଚେର ମାଡ଼ି ସମୃଦ୍ଧ ହୋଇପାରିଛି।
ମୁଁ ଏହାକୁ ଏକ ଆଶ୍ଚର୍ଯ୍ୟ ଓ ନମ୍ରତାର ସହ ଗ୍ରହଣ କରେ।
ଆମର ନୈତିକ ମୂଲ୍ୟବୋଧ, ଆମର ଲୋକ ଏବଂ ସେମାନଙ୍କୁ ଯୋଡ଼ି ରଖିଥିବା ଭଲପାଇବା ହିଁ ଆମର ପ୍ରକୃତ ଚେର।
ଏହି ବର୍ଷର ସବୁଠାରୁ ବଡ଼ ସଫଳତା ହେଉଛି କିଟ୍ର ମାନ୍ୟତା ଏବଂ ରୢାଙ୍କିଙ୍ଗରେ ଉନ୍ନତି।
ନିକଟରେ ପ୍ରକାଶିତ "ଟାଇମ୍ସ ହାୟର ଏଜୁକେସନ୍" ରୢାଙ୍କିଙ୍ଗ ୨୦୨୭ରେ, କିଟ୍ ବିଶ୍ୱସ୍ତରରେ ୫୦୧-୫୫୦ ବ୍ୟାଣ୍ଡ ମଧ୍ୟରେ ଏବଂ ଭାରତରେ ଚତୁର୍ଥ ସ୍ଥାନରେ ରହିଛି।
ଏନଆଇଆର୍ଏଫ୍ ଇଣ୍ଡିଆ ରୢାଙ୍କିଙ୍ଗ ୨୦୨୪ ଆମକୁ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ତମ ସ୍ଥାନ ଦେଇଛି, ଏବଂ ଆମେ ନାକ୍ ଏ++ ଗ୍ରେଡ୍ ହାସଲ କରିଛୁ।
ମୁଁ ଏଗୁଡ଼ିକୁ କେବଳ ଟ୍ରଫି ଭାବେ ଦେଖେ ନାହିଁ, ବରଂ ବିଶ୍ୱ ଆମ ଭଲପାଇବାର ପ୍ରତିଦାନ ଓ ସ୍ୱୀକୃତି ବୋଲି ମନେକରେ।
ଆମର ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ପରି ଖେଳପଡ଼ିଆରେ ମଧ୍ୟ ଶ୍ରେଷ୍ଠତା ପ୍ରଦର୍ଶନ କରନ୍ତି।
ଆମେ ଦେଶର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରିଛୁ ଏବଂ କିଟ୍ ଭାରତକୁ ୨୪ ଜଣ ଅଲିମ୍ପିଆନ୍ ସହିତ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ବିଜେତା ଦେଇଛି।
ଏହି ବର୍ଷ ଆମର ଆଥଲେଟ୍ମାନେ କମନୱେଲଥ ଗେମ୍ସରୁ ୫ଟି ପଦକ ଜିତି ଆଣିଛନ୍ତି।
ଆଇଚି-ନାଗୋୟାଠାରେ ଅନୁଷ୍ଠିତ ୨୦ତମ ଏସୀୟ କ୍ରୀଡ଼ାରେ ୫୪ ଜଣ କିଟ୍ ଓ କିସ୍ର ଛାତ୍ର-ଆଥଲେଟ୍ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେମାନେ ଇତିମଧ୍ୟରେ ୨୧ଟି ପଦକ ଜିତିସାରିଲେଣି, ଯାହା ଆହୁରି ବୃଦ୍ଧି ପାଇବ।
ପ୍ରତ୍ୟେକ ପଦକ ପଛରେ ବର୍ଷ ବର୍ଷର ଭୋର ସମୟର ପରିଶ୍ରମ ଏବଂ ସେହି କୋଚ୍ମାନଙ୍କ ଅବଦାନ ରହିଛି, ଯେଉଁମାନେ କେବେ ହାର୍ ମାନି ନ ଥିଲେ ଏବଂ ବିନା ସର୍ତ୍ତରେ ସେମାନଙ୍କୁ ଭଲପାଇଥିଲେ।
ବର୍ଷସାରା ପ୍ରତ୍ୟେକ କ୍ଷେତ୍ର ଓ ବର୍ଗର ଲୋକମାନେ ଆମ କ୍ୟାମ୍ପସ ପରିଦର୍ଶନ କରନ୍ତି।
ଶ୍ରୀମତୀ ନୀତା ଅମ୍ବାନୀ ମଧ୍ୟ ଆମ ପାଖକୁ ଆସିଥିଲେ ଏବଂ ଅନ୍ୟ ଅନେକ ବିଶିଷ୍ଟ ଜାତୀୟ ଓ ଅନ୍ତର୍ଜାତୀୟ ଅତିଥି ମଧ୍ୟ ଆସନ୍ତି।
ସେମାନେ ସମସ୍ତେ କେବଳ ଭଲପାଇବା ଯୋଗୁଁ ଆସନ୍ତି।
ପ୍ରତ୍ୟେକ ଗସ୍ତ ମୋତେ ପ୍ରକୃତ ଖୁସି ଓ ନୂତନ ଶକ୍ତି ଦିଏ।
ଏହି ସମାବର୍ତ୍ତନ ଉତ୍ସବରେ ଆମେ ସେହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବାକୁ ଚାହୁଁଛୁ, ଯାହାଙ୍କ ଜୀବନ ଆମ ସମସ୍ତଙ୍କୁ ପ୍ରେରଣା ଦିଏ।
ମୋର ପ୍ରିୟ ସ୍ନାତକ ଛାତ୍ରଛାତ୍ରୀ, ଆପଣମାନେ ଗୋଟିଏ ଗୋଟିଏ ଡିଗ୍ରୀ ନୁହେଁ ଜୀବନ ଜିଇଁବାର ଏକ ମାର୍ଗ ମଧ୍ୟ ନେଇ ଯାଉଛନ୍ତି।
ଗୋଟିଏ ହାତରେ ଦକ୍ଷତା ଏବଂ ଅନ୍ୟ ହାତରେ କରୁଣା ବହନ କରନ୍ତୁ।
ଦୁନିଆରେ ଚତୁରତାର ଅଭାବ ନାହିଁ; ଆହୁରି ଭଲପାଇବା ସହ ଜ୍ଞାନର ଆବଶ୍ୟକତା ଅଛି।
ମୁଁ ଆମର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଉଛି, ଯାହାଙ୍କ ଅକ୍ଳାନ୍ତ ପରିଶ୍ରମ କିଟ୍କୁ ସମସ୍ତଙ୍କ ପ୍ରିୟ କରିପାରିଛି।
ମୁଁ ପ୍ରତ୍ୟେକ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଉଛି ଯିଏ ଭଲପାଇବା ସହ ଆମ ସାଥିରେ ଠିଆ ହୋଇଛନ୍ତି।
କିଟ୍ ଆଜି ଯାହା ବି ହୋଇଛି, ତାହା ଆପଣଙ୍କର ଏବଂ ଆମର ଭଲପାଇବା ଦ୍ୱାରା ହିଁ ହୋଇଛି।
କିଟ୍ ସେହି ଭଲପାଇବା ଉପରେ ହିଁ ଠିଆ ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।