Campus election: କ୍ୟାମ୍ପସରେ ଜମୁଛି ଶକ୍ତି ପ୍ରଦର୍ଶନ କସରତ: ଆଜି ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’
"ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ଶକ୍ତି ପ୍ରଦର୍ଶନ କସରତ ସେତିକି ବଢ଼ିବଢ଼ି ଚାଲିଛି।
ଚଳିତ ଥର ନିର୍ବାଚନ ପ୍ରଚାର ପାଇଁ କମ୍ ସମୟ ମିଳିଥିବାରୁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ନିକଟତର ହେବାକୁ ଦିନରାତି ଏକ କରିଦେଉଥିବା ପରିଲକ୍ଷିତ ହେଉଛି।
ଡୋର୍ କ୍ୟାମ୍ପନିଂରୁ ଆରମ୍ଭ କରି ସୋସିଆଲ୍ ମିଡିଆରେ ଯୋଗାଯୋଗ କରିବା ଓ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଭେଟି ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ପ୍ରାର୍ଥୀମାନେ ସବୁପ୍ରକାର ଉଦ୍ୟମ ଆପଣାଉଥିବା ଦେଖିବାକୁ ମିଳିଛି।
ଆସନ୍ତାକାଲି "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ସଭାରେ ପ୍ରାର୍ଥୀମାନେ ନିର୍ବାଚନୀ ଭାଷଣ ଦେବେ।
ତେଣୁ ଏହା ପୂର୍ବରୁ ସେମାନେ କ୍ୟାମ୍ପସରେ ଶକ୍ତି ପ୍ରଦର୍ଶନକୁ ଜୋର୍ଦାର କରିଛନ୍ତି।
କ୍ଲାସ୍ରୁମ୍, କ୍ୟାଣ୍ଟିନ୍, କମନ୍ରୁମ୍ ଓ ଲାଇବ୍ରେରିରେ ବି ପ୍ରାର୍ଥୀମାନେ ପହଞ୍ଚିଯାଉଛନ୍ତି।
ଏଥିସହିତ କ୍ୟାମ୍ପସ ପରିସରରେ ଶୋଭାଯାତ୍ରା ଜାରି ରହିଛି।
ତେଣୁ କ୍ଲାସ୍ରୁମ୍ରୁ କ୍ୟାମ୍ପସ ପର୍ଯ୍ୟନ୍ତ ସବୁଠି ପ୍ରଚାର ଦେଖିବାକୁ ମିଳୁଛି।
Advertisment SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା ୮ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ନିର୍ବାଚନୀ ସଭା ଦେଖିବେ।
ଆସନ୍ତାକାଲି ଅନୁଷ୍ଠିତ ହେବ ବହୁପ୍ରତୀକ୍ଷିତ "ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍" ସଭା।
ପ୍ରାର୍ଥୀମାନେ ଗୋଟିଏ ମଞ୍ଚରୁ ନିଜ ନେତୃତ୍ୱ, ଦକ୍ଷତା ଓ ଲୋକପ୍ରିୟତାର ପ୍ରମାଣ ଦେବେ।
ସାଧାରଣ ଭୋଟର ବା କୌଣସି ପ୍ରାର୍ଥୀଙ୍କ ସମର୍ଥକ ନଥିବା ଛାତ୍ରଛାତ୍ରୀମାନେ ଅସଲ ଛାତ୍ରନେତା କିଏ, ପରଖିବେ।
ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ଏହା ପ୍ରଥମ ନିର୍ବାଚନୀ ଅନୁଭୂତି ହେବ।
ସେହିଭଳି ଭୋଟରମାନଙ୍କୁ ଆକର୍ଷିତ କରିବାକୁ ପ୍ରାର୍ଥୀମାନେ ସଭାସ୍ଥଳରେ ନିଜ ସମର୍ଥକଙ୍କ ସଂଖ୍ୟା ବଢ଼ାଇବାକୁ ଲାଗିପଡ଼ିଛନ୍ତି।
ପ୍ରାର୍ଥୀ ଭାଷଣ ଦେବା ବେଳେ ସମର୍ଥକମାନେ ମଞ୍ଚ ତଳେ ତାଳି ମାଡ଼ କରିବେ ଏବଂ ଜିନ୍ଦାବାଦ୍ ଧ୍ବନିରେ ସଭାସ୍ଥଳକୁ କମ୍ପମାନ କରିବେ।
ତେଣୁ ଆସନ୍ତାକାଲି ପାଇଁ ପ୍ରାର୍ଥୀ ଓ ସମର୍ଥକମାନେ ଆଜିଠୁ ଜୋର୍ଦାର ପ୍ରସ୍ତୁତି ଚଳାଇଛନ୍ତି।
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ଅନ୍ୟପଟେ କମିସନରେଟ୍ ପୁଲିସ ମଧ୍ୟ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାର ରଖିବାକୁ କସରତ କରୁଛି।
ଆସନ୍ତାକାଲି "ହ୍ୱାଇ ଆଇ ଷ୍ଟାଣ୍ଡ ଫର୍" ସଭା କାର୍ଯ୍ୟକ୍ରମ ଥିବାରୁ ପ୍ରାର୍ଥୀମାନେ ଶୋଭାଯାତ୍ରା କରିବେ।
ତେଣୁ କ୍ୟାମ୍ପସରେ ପ୍ରଚାର ସମୟରେ ଗଣ୍ଡଗୋଳିଆ ସ୍ଥିତି ଉପୁଜିବା ଆଶଙ୍କା ରହିଛି।
ପୂର୍ବରୁ ବହୁ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗିରହିଛି।
ତେଣୁ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ପୁଲିସ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରି ରଖିଛି।
ଆଜି କେତେକ କ୍ୟାମ୍ପସରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି।
ଭୁବନେଶ୍ବର ଡିସିପି ସରବଣା ବିବେକ ଏମ୍.ଙ୍କ ସୂଚନାନୁସାରେ ପ୍ରାୟ ସବୁ କ୍ୟାମ୍ପସରେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।
ଏସିପିଙ୍କ ସହ ଥାନାର ଆଇଆଇସିମାନଙ୍କୁ କଡ଼ା ପହରା ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଅଣଛାତ୍ରଙ୍କ ପ୍ରବେଶ ରୋକିବା ଲାଗି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି।
ଶକ୍ତି ପ୍ରଦର୍ଶନ, କାର୍ ସୋ କଲେ ସୌରଭ ବେହେରା ଆଜି ବାଣୀବିହାର କ୍ୟାମ୍ପସରେ ଜୋର୍ଦାର ପ୍ରଚାର ଦେଖିବାକୁ ମିଳିଥିଲା।
ସବୁ ପ୍ରାର୍ଥୀ ନିଜ ନିଜ ପ୍ରଚାରକୁ ଆକର୍ଷଣୀୟ କରିଥିଲେ।
ତେବେ ସଭାପତି ପ୍ରାର୍ଥୀ ସୌରଭ ବେହେରାଙ୍କ କାର୍ ଶୋଭାଯାତ୍ରା ଥିଲା ନିଆରା।
ଆଗେ ଆଗେ ସେ ଖୋଲା ଜିପ୍ରେ ଯାଉଥିବା ବେଳେ ପଛରେ ଫର୍ଚୁନର୍, ଥାର୍ ଅନ୍ୟାନ୍ୟ ଦାମୀ କାର୍ ସବୁ ସାମିଲ ହୋଇଥିଲା।
୫୦ରୁ ଅଧିକ କାର୍ ଶୋଭାଯାତ୍ରାରେ ବାହାରି ଛାତ୍ରାବାସ, ଛାତ୍ରୀନିବାସ ଦେଇ କ୍ୟାମ୍ପସରେ ବୁଲିଥିଲା।
ତେଣୁ ଆଜି ବାଣୀବିହାର କ୍ୟାମ୍ପସରେ ସାଧାରଣ ନିର୍ବାଚନ ପ୍ରଚାରର ମାହୋଲ ଦେଖିବାକୁ ମିଳିଥିଲା।
Neglect: "ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର" ବାଲାଟ୍ ପେପର୍ ନମ୍ବରକୁ ନେଇ ରମାଦେବୀରେ ଉତ୍ତେଜନା ବାଲାଟ୍ ପେପର୍ ନମ୍ବର ପରିବର୍ତ୍ତନକୁ ନେଇ ଆଜି ସନ୍ଧ୍ୟାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା।
ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀମାନଙ୍କ ବାଲାଟ୍ ପେପରର ନମ୍ବର ବଦଳାଯାଇଛି ବୋଲି ଖବର ପ୍ରଚାରିତ ହେବା ପରେ ସେମାନେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପାଟିତୁଣ୍ଡ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।