Chhatron Ki Goong: ବିଜୟଙ୍କୁ ଭେଟିଲେ ରାହୁଲ ଗାନ୍ଧୀ: କାଫେରେ କଫି ପିଇଲେ, କୁକିଜ୍ ଖାଇଲେ
"ଚେନ୍ନାଇ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ତାଙ୍କ "ଛାତ୍ରୋଁ କି ଗୁଞ୍ଜ" କାର୍ଯ୍ୟକ୍ରମ ପୂର୍ବରୁ ଟିଭିକେ ସଭାପତି ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କୁ ଭେଟିଛନ୍ତି।
ବିଜୟଙ୍କ ନୀଳାଙ୍କରାଇ ବାସଭବନରେ ଭେଟିବା ସହିତ ଘଣ୍ଟାଏ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।
Advertisment ପରେ ଉଭୟ ନିକଟରେ ଥିବା ଏକ କାଫେକୁ ଯାଇଥିଲେ ଓ ସେଠାରେ ଲୋକପ୍ରିୟ ଇଟାଲୀୟ ପାନୀୟ କେପେଚିନୋ, ତିରାମିସୁ ଓ କୁକିଜ୍ ଖାଇବା ସହିତ କଫି ପିଇଥିଲେ।
ଏହାପରେ ଲୋକସଭା ବିରୋଧୀ ଦଳ ନେତା ଏକ ହୋଟେଲକୁ ଯାଇଥିଲେ।
ରାହୁଲ ଗାନ୍ଧୀ ଶନିବାର ଦିଲ୍ଲୀରୁ ଚେନ୍ନାଇରେ ପହଞ୍ଚିଥିଲେ ଓ ମଧ୍ୟାହ୍ନ ଭୋଜନ ବୈଠକ ପାଇଁ ବିଜୟଙ୍କ ନୀଳାଙ୍କରାଇ ବାସଭବନକୁ ଯାତ୍ରା କରିଥିଲେ।
ରାଜନୈତିକ ପ୍ରସଙ୍ଗରେ ଆଲୋଚନା କଂଗ୍ରେସର ଯୁବ ପ୍ରସାର କାର୍ଯ୍ୟକ୍ରମର ଅଂଶ ସ୍ୱରୂପ "ଛାତ୍ରୋଁ କି ଗୁଞ୍ଜ" କାର୍ଯ୍ୟକ୍ରମ ଚେନ୍ନାଇର ଆଇଲ୍ୟାଣ୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।
ତାମିଲନାଡୁ କଂଗ୍ରେସ କମିଟି ମୁଖ୍ୟ ମଣିକମ୍ ଟାଗୋର କହିଛନ୍ତି ଯେ, ପଞ୍ଜିକରଣ କରିଥିବା ତଥା କ୍ୟୁଆର୍ କୋଡ୍ ପାଇଥିବା ୧୦,୦୦୦ରୁ ୨୦,୦୦୦ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।