Chief Minister Closely Monitoring Kotia Dispute: କୋଟିଆକୁ ନେଇ ଚୁପ୍ ବସିବନି ଓଡ଼ିଶା, ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ

Nov 06, 2026 - 15:13
Chief Minister Closely Monitoring Kotia Dispute: କୋଟିଆକୁ ନେଇ ଚୁପ୍ ବସିବନି ଓଡ଼ିଶା, ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ

କୋଟିଆ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

କୋଟିଆକୁ ନେଇ ରାଜ୍ୟ ସରକାର ଚୁପ୍ ବସିବେନି ବୋଲି ସ୍ପଷ୍ଟ କରିଛନ୍ତି।

ଦୀର୍ଘ ବର୍ଷର ଏହି ବିବାଦରେ ଏଥର ଆନ୍ଧ୍ର ନିର୍ବାଚନକୁ ଜୋରଦାର ବିରୋଧ କରାଯାଇଛି।

ପୂର୍ବ ସରକାରଙ୍କ ଅବହେଳା ଯୋଗୁଁ ଆଇନଗତ ମାମଲାରେ ଓଡ଼ିଶା ପରାଜିତ ହୋଇଥିବା କହିଛନ୍ତି ମନ୍ତ୍ରୀ।

Advertisment ଏବେ ରାଜସ୍ୱ ବିଭାଗ ସମସ୍ତ ଦିଗରୁ ତର୍ଜମା କରିବ।

ବିଚାର ବିମର୍ଶ ପରେ ଆଗାମୀ ଆଇନଗତ ପଦକ୍ଷେପ ନିଆଯିବ।

ବାତ୍ୟା ଓ ବନ୍ୟା ପାଇଁ କିଛି ବିଳମ୍ବ ହୋଇଥିଲେ ମଧ୍ୟ କୋଟିଆ ପ୍ରସଙ୍ଗରେ ସରକାର ଚୁପ୍ ବସିବେନି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ସଚେତନ ଅଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। \କୋଟିଆରେ ଆନ୍ଧ୍ର ଭୋଟିଂକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ।

ଭୋଟିଂ ହାରକୁ ନେଇ ଆସୁଥିବା ତଥ୍ୟ ସନ୍ଦେହଜନକ କହିଲେ ଜିଲ୍ଲାପାଳ।

ଆନ୍ଧ୍ର ପକ୍ଷରୁ ଯେଉଁ ଭୋଟିଂ ହାର ପ୍ରକାଶ କରାଯାଇଛି, ତାହା ପ୍ରକୃତ ଚିତ୍ର ନୁହେଁ।

ଅନେକ ବୁଥ୍ ରେ ଓଡ଼ିଶା ଓ ଆନ୍ଧ୍ରର ଏକାଧିକ ଗାଁକୁ ମିଶାଇ ଭୋଟ୍ କରାଯାଇଛି।

କେବଳ ଆନ୍ଧ୍ର ଗାଁରୁ କେତେ ଭୋଟ୍ ହୋଇଛି, ପ୍ରକୃତ ତଥ୍ୟ ମିଳିବା କଷ୍ଟକର ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment କୋଟିଆ ଅଞ୍ଚଳରୁ ସର୍ବାଧିକ ୧୦ ପ୍ରତିଶତ ମତଦାନ ହୋଇଥାଇପାରେ, ୨୦୨୧ରେ ୧୩ରୁ ୧୬% ମତଦାନ ହୋଇଥିଲା, ଏଥର ତା ଠାରୁ କମ୍ ବୋଲି ଜିଲ୍ଲାପାଳ କହିଛନ୍ତି।

ସବୁଠାରୁ ବଡ଼ କଥା, କୋଟିଆରେ ପୋଲିଂ ଷ୍ଟେସନ ପର୍ଯ୍ୟନ୍ତ ଯାଇ ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେବାକୁ ରୋକିବା ଦିଗରେ ଓଡ଼ିଶା ପକ୍ଷ ଶତ ପ୍ରତିଶତ ସଫଳତା ପାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ।...

'କୋଟିଆରୁ ମାତ୍ର ୧୦% ଭୋଟିଂ' କୋଟିଆରେ ଆନ୍ଧ୍ର ଭୋଟିଂକୁ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ଭୋଟିଂ ହାରକୁ ନେଇ ଆସୁଥିବା ତଥ୍ୟ ସନ୍ଦେହଜନକ କହିଲେ ଜିଲ୍ଲାପାଳ ଯେଉଁ ଭୋଟିଂ ହାର ପ୍ରକାଶ କରାଯାଇଛି, ତାହା ପ୍ରକୃତ ଚିତ୍ର ନୁହେଁ ଓଡ଼ିଶା ଓ ଆନ୍ଧ୍ରର ଏକାଧିକ ଗାଁକୁ ମିଶାଇ ଭୋଟ୍ କରାଯାଇଛି କେବଳ ଆନ୍ଧ୍ର ଗାଁରୁ କେତେ ଭୋଟ୍ ହୋଇଛି, ପ୍ରକୃତ ତଥ୍ୟ ମିଳିବା କଷ୍ଟକର କୋଟିଆ ଅଞ୍ଚଳରୁ ସର୍ବାଧିକ ୧୦ ପ୍ରତିଶତ ମତଦାନ ହୋଇଥାଇପାରେ ୨୦୨୧ରେ ୧୩ରୁ ୧୬% ମତଦାନ ହୋଇଥିଲା, ଏଥର ତା ଠାରୁ କମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।