Chopper With 6 On Board Crashes In Uttarakhand: ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା! ୬ ଜୀବନକୁ ନେଇ ଚିନ୍ତା

Oct 30, 2026 - 16:25
Chopper With 6 On Board Crashes In Uttarakhand: ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା! ୬ ଜୀବନକୁ ନେଇ ଚିନ୍ତା

ଉତ୍ତରାଖଣ୍ଡରେ ପୁଣି ଆକାଶରୁ ଆସିଲା ବିପଦ।

ବଦ୍ରିନାଥରୁ ୬ ଜଣଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଜୋଶୀମଠ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏଥିରେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ଥିଲେ।

ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି।

Advertisment ଟ୍ରାନ୍ସ ଭାରତ ଆଭିଏସନ୍‌ର ଏହି ହେଲିକପ୍ଟରଟି ଜୋଶୀମଠ ଉପତ୍ୟକା ଉପରେ ଉଡ଼ୁଥିବା ସମୟରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହାର ଟ୍ରାକିଂ ସିଷ୍ଟମ୍‌ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା।

ପରେ ଚାୟି ଗାଁ ନିକଟରେ ହେଲିକପ୍ଟର ଦୁର୍ଘଟଣା ଖବର ମିଳିଥିଲା।

ଖବର ପାଇ ଘଟଣାସ୍ଥଳକୁ ଭାରତୀୟ ସେନା, ଏସ୍‌ଡିଆର୍‌ଏଫ୍‌ ଓ ଜିଲ୍ଲା ପ୍ରଶାସନର ଟିମ୍‌ ପଠାଯାଇଛି।

ଆଉ ଦୁଇଟି ହେଲିକପ୍ଟର ମଧ୍ୟ ସର୍ଚ୍ଚ ଅପରେସନ୍‌ରେ ନିୟୋଜିତ ହୋଇଛି।

ଗୁରୁତର ଆହତଙ୍କୁ ତୁରନ୍ତ ବଡ଼ ହସ୍ପିଟାଲକୁ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଅନ୍ୟପଟେ ଖରାପ ପାଗ ଓ କେତେକ ଅଞ୍ଚଳରେ ତୁଷାରପାତ ହେଉଥିବା ସତ୍ତ୍ୱେ ଉଡ଼ାଣ ପାଇଁ ଅନୁମତି ମିଳିଥିବା କୁହାଯାଇଛି।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।

ସତର୍କତାମୂଳକ ପଦକ୍ଷେପ ଭାବେ ଟ୍ରାନ୍ସ ଭାରତ ଆଭିଏସନ୍‌ର ସମସ୍ତ ହେଲିକପ୍ଟର ଉଡ଼ାଣକୁ ବନ୍ଦ ରଖାଯାଇଛି।'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।