Cricket: ଅଷ୍ଟ୍ରେଲିଆକୁ ୬ ଓ୍ବିକେଟ୍‌ରେ ହରାଇଲା ଭାରତୀୟ ଯୁବ ଦଳ

Sep 23, 2026 - 21:45
Cricket: ଅଷ୍ଟ୍ରେଲିଆକୁ ୬ ଓ୍ବିକେଟ୍‌ରେ ହରାଇଲା ଭାରତୀୟ ଯୁବ ଦଳ

"ରାଜକୋଟ୍‌: ସ୍ଥାନୀୟ ନିରଞ୍ଜନ ଶାହ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ତୃତୀୟ ୧୯ ବର୍ଷରୁ କମ୍‌ ଅନୌପଚାରିକ ଦିନିକିଆରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟ୍‌ରେ ପରାସ୍ତ କରିଛି ଭାରତୀୟ ଯୁବ ଦଳ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୫୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଦଳ ପକ୍ଷରୁ ଜେଡ୍‌ ହଲିକ୍‌ ୮୭ ରନ୍‌ କରିଥିବାବେଳେ ନିଲ୍‌ ପଟେଲ୍‌ ୫୧, ବ୍ଲାକ୍‌ କ୍ୟାଟଲ୍‌ ୩୮ରନ୍‌ କରିଥିଲେ।

Advertisment ଭାରତ ପକ୍ଷରୁ ମୋହିତ ଉଲ୍‌ଭା ଓ ମନାଲ ଚୌହାନ ୩ ଓ୍ବିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

ଜବାବରେ ଭାରତ ଓପନର୍‌ ଲକ୍ଷ୍ୟ ରାଜେଶ ରାଇଚନ୍ଦାନିଙ୍କ ଅପରାଜିତ ଶତକ ବଦଳରେ ୪୧.୨ ଓଭରରେ ୪ ଓ୍ବିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ଘରୋଇ ଦଳ ପକ୍ଷରୁ କୁଶାଗ୍ର ଓଝା ୪୫ ଓ ରଜତ ବଘେଲ ୪୪ ରନ୍‌ର ଯୋଗଦାନ ଦେଇଥିଲେ।

ଆର୍ଯ୍ୟବୀର ସେହଓ୍ବାଗ୍‌ ୩୪ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ପେନ୍ସର ଗ୍ରିନ ୨ ଓ୍ବିକେଟ୍‌ ଅକ୍ତିଆର କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।