Cyclone Arnab Devastates Aska Markets: କାହାର ସର୍ବନାଶ, କାହାର ପୁଷମାସ! ବାତ୍ୟା ପରେ ଆସ୍କାରେ ଅଜବ ସ୍ଥିତି

Nov 01, 2026 - 22:17
Cyclone Arnab Devastates Aska Markets: କାହାର ସର୍ବନାଶ, କାହାର ପୁଷମାସ! ବାତ୍ୟା ପରେ ଆସ୍କାରେ ଅଜବ ସ୍ଥିତି

କୋଉ ଯାନିଯାତ୍ରା ନୁହେଁ, କି କେଉଁ ପର୍ବ ପାଇଁ ବଡ଼ ଅଫର ବି ନୁହେଁ।

ଭୋଜି ଭାତ ନୁହେଁ କି ମାଗଣା ରିଲିଫ୍ ପାଇଁ ବି ନୁହେଁ।

ଏ ଭିଡ଼ କିଣାକିଣି ଆଉ ମୁଲାମୁଲର ଗଂଜାମ ଆସ୍କା ସହରର।

ଗଲା ଦୁଇ, ତିନି ଦିନ ଧରି ଆସ୍କାର ବିଭିନ୍ନ ଦୋକାନରେ ଲାଗିଛି ଲୋକଙ୍କ ଏମିତି ଖଚାଖଚ ଭିଡ଼।

ଯୁଆଡ଼େ ଦେଖିବ, ଖାଲି ବଚ୍ଛାବଛି ଆଉ କିଣାକିଣି ପାଇଁ ଗହଳି, ପ୍ରତିଯୋଗିତା।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସ୍କାରେ ବାଦଲ ଫଟା ବର୍ଷା ପରେ, ଏହା ତା ପରର ସ୍ଥିତି।

Advertisment ଗଂଜାମ ଜିଲ୍ଲାର ଅନ୍ୟତମ ବଡ଼ ବ୍ୟବସାୟୀକ ପେଣ୍ଠସ୍ଥଳ ଆସ୍କାରେ ବହୁ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା।

ପାଣି ଆଉ କାଦୁଅର ସୁଅ ଦୋକାନ ଭିତରେ ପଶିଯିବା ପରେ ସବୁ ଛାରଖାର।...ସାଇତି କି ସଜାଡ଼ି ରଖିବାକୁ ବ୍ୟବାସୀୟଙ୍କୁ ସୁଯୋଗ ନଥିଲା।

ବର୍ଷା ପାଣି ଓ ମାଟି, କାଦୁଅ ଯେମିତି ପୁରା ବ୍ୟବସାୟକୁ ଚାଟି ଦେଇଛି।

ଆସ୍କା ସହରରେ ଏବେ ଅନେକ ଛୋଟ ବଡ଼ ଦୋକାନରେ ଏଭଳି ସ୍ଥିତି।

ତେଣୁ ଆଗକୁ ଅଣ୍ଟା ସଳଖି ବ୍ୟବସାୟକୁ ଛିଡ଼ା କରିବାକୁ ଏବେ ଶାଗ ମାଛ ଦରରେ ଜିନିଷପତ୍ର ବିକି ଦେଉଛନ୍ତି ଦୋକାନୀ।

ଆଉ ଏପଟେ ଶସ୍ତାରେ ମିଳୁଛି ଶାଢିଠୁ ଚୁଡ଼ି, ପୋଷାକରୁ ରାସନ୍ ସାମଗ୍ରୀ ଯାଏଁ ଜିନିଷ।

ଯାହାକୁ ନେବାକୁ ଲୋକଙ୍କର ନାହିଁ ନଥିବା ଭିଡ଼।

ପ୍ରସିଦ୍ଧ ଗଞ୍ଜାମର ଆସ୍କା ସହର, ସେ ବ୍ୟବସାୟକୁ କେମିତି ବରବାଦ କରି ଦେଇଛି ଅର୍ଣ୍ଣବ।

ଆସ୍କା ହେଉଛି କଦଳୀ ବିକ୍ରିର ପେଣ୍ଠସ୍ଥଳ।

ଆଉ ପୁରା ସହରରେ କଦଳୀର ବଡ଼ ବଡ଼ ଗୋଦାମରେ ହଠାତ୍ ପାଣି ଓ କାଦୁଅ ପଶିଯିବା ପରେ ବିଗିଡି ଯାଇଛି କଦଳୀ ଓ ନଡ଼ିଆ ବ୍ୟବସାୟ।

ଶହ ଶହ ବ୍ୟବସାୟୀଙ୍କ ଭାତହାଣ୍ଡିକୁ ନିର୍ଘାତ ଲାତ ମାରିଛି ଅର୍ଣ୍ଣବ।

ହଜାର ହଜାର କାନ୍ଧି କଦଳି ଏବେ ପାଣି ଓ କାଦୁଅରେ ପଚି ଶଢ଼ିଯିବାକୁ ବସିଥିବାରୁ ସାମାନ୍ୟ ଦରରେ ବିକି ଦେଉଛନ୍ତି ବ୍ୟବସାୟୀ।

୮ ଦିନ ତଳେ ଯେଉଁଠି କଦଳୀ ଡଜନ ୫୦ ଟଙ୍କାରେ ବିକ୍ରି ହେଉଥିଲା, ସେଠି ଏବେ କଦଳୀର କାନ୍ଧି ମାତ୍ର ୫୦ ଟଙ୍କାରେ ମିଳୁଛି।

କେଉଁଠି କେଉଁଠି ଗୋଦାମ ଖାଲି କରିବାକୁ ୫ ଶହ, ୭ ଶହ ମୂଲ୍ୟର କଦଳି କାନ୍ଧିକୁ ଲୋକଙ୍କୁ ମାଗଣାରେ ବି ଦେବାକୁ ପଛାଉ ନାହାନ୍ତି।

Advertisment ତେବେ ସ୍ଥିତି କେବେଳ ଆସ୍କା ସହରରେ ସୀମିତ ନାହିଁ।

ସେରଗଡ଼ ସମେତ ଅନ୍ୟ ବଜାରରେ ବି ସମାନ ଅବସ୍ଥା।

ବର୍ଷା ଓ କାଦୁଅରେ ଭିଜି ନଷ୍ଟ ହୋଇଥିବା ଜିନିଷପତ୍ରକୁ ଏବେ ଖାଲି କରିବାକୁ ଅତି କମ୍ ଦରରେ ଦେଇ ଦେଉଛନ୍ତି ଦୋକାନୀ।

ଆଉ ସେପଟେ ଏଭଳି ସମୟ କିଛି ଗରିବ ଗୁରୁବା ଓ ଅଭାବୀ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଛି।

ତେଣୁ କୁହାଯାଉଛି, କାହାର ସର୍ବନାଶ ବେଳେ ଆଉ କାହାର ପୁଷମାସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।