Dara Singh’s Early Release Plea: ଦାରାଙ୍କ ଆଗୁଆ ମୁକ୍ତି ଆବେଦନ, ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଶୁଣାଣି

Sep 17, 2026 - 14:30
Dara Singh’s Early Release Plea: ଦାରାଙ୍କ ଆଗୁଆ ମୁକ୍ତି ଆବେଦନ, ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଶୁଣାଣି

ଗ୍ରାହାମ ଷ୍ଟେନ୍ସ ହତ୍ୟା ଘଟଣାରେ ଦାରା ସିଂ ମୁକ୍ତି ମାମଲା। ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ସମୟ ମାଗିଲେ ଦାରା ସିଂଙ୍କ ଓକିଲ ଏ.ପି ସିଂହ। ଦାରାଙ୍କ ଆବେଦନ ଖାରଜ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର।

ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରାଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛନ୍ତି। ସମାଜ ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଗକୁ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଥିବା ଦର୍ଶାଇ ବୋର୍ଡ ଖାରଜ କରିଥିଲା। ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାରା ସିଂହଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା। ୨୦୦୩ରେ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ CBI କୋର୍ଟ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ବି ତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ବଜାୟ ରଖିଥିଲେ। ୬୭ ବର୍ଷୀୟ ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଜେଲରେ କାଟି ସାରିଛନ୍ତି। ଓଡ଼ିଶା ସରକାରଙ୍କ ୨୦୨୨ର ମୁକ୍ତି ନିୟମାବଳୀ ଆଧାରରେ ସେ ଆଗୁଆ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।...

 ଦାରା ମୁକ୍ତି ମାମଲା: ଶୁଣାଣି ଘୁଞ୍ଚିଲା
ଦାରା ସିଂ ମୁକ୍ତି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଘୁଞ୍ଚିଲା
୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ
ସମୟ ମାଗିଲେ ଦାରା ସିଂଙ୍କ ଓକିଲ ଏ.ପି ସିଂହ
ଦାରାଙ୍କ ଆବେଦନ ଖାରଜ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କଲେ ଓଡ଼ିଶା ସରକାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।