Daughter's success: ଝିଅର ସଫଳତାରେ ଭାବବିହ୍ୱଳ

Sep 25, 2026 - 06:10
Daughter's success: ଝିଅର ସଫଳତାରେ ଭାବବିହ୍ୱଳ

"ପିଲାମାନଙ୍କ ସଫଳତାଠାରୁ ବଡ଼ ଖୁସି ବାପାମାଆଙ୍କ ପାଇଁ ଆଉ କ"ଣ ବା ହୋଇପାରେ!

ସେପରି ଏକ ଆନନ୍ଦର ମୁହୂର୍ତ୍ତକୁ ଏବେ ଉପଭୋଗ କରିବା ସହ ଭାବପ୍ରବଣ ହୋଇଛନ୍ତି ବଲିଉଡ୍ ଅଭିନେତା ବିବେକ ଓବରଏ।

ତାଙ୍କ ପୋଷ୍ୟା କନ୍ୟା ସାହାରା ଶାହ ପ୍ରଥମ ଥର ପାଇଁ ଏକ ନେପାଳୀ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବାକୁ ଯାଉଛନ୍ତି।

ଏହି ଖବର ଶୁଣି ବିବେକଙ୍କ ଖୁସିର ସୀମା ନାହିଁ।

୨୨ ବର୍ଷୀୟା ସାହାରାଙ୍କ ଅଭିନୀତ ଏହି ସିନେମାଟି ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି।Advertisment Gyanesh Kumar: ଜ୍ଞାନେଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ: "ଭୋଟ ଚୋରି ଯୋଗୁଁ ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ" ବିବେକ ତାଙ୍କ ଜୀବନରେ କର୍କଟ ସହ ଲଢୁଥିବା ଅନେକ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ଦାୟିତ୍ୱ ନେଇଛନ୍ତି।

ସାହାରା ସେମାନଙ୍କ ମଧ୍ୟରୁ ଅନ୍ୟତମ।

ସାହାରାଙ୍କୁ ଯେତେବେଳେ ଅଢ଼େଇ ବର୍ଷ ବୟସ ହୋଇଥିଲା, ସେ କର୍କଟ ରୋଗରେ ପୀଡ଼ିତ ଥିଲେ।

ବିବେକ ସେ ସମୟରୁ ତାଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରି ତାଙ୍କ ଦାୟିତ୍ୱ ବହନ କରିଆସୁଛନ୍ତି।

ବିବେକଙ୍କ ସ୍ନେହ ଓ ସହାୟତା ବଳରେ ଆଜି କର୍କଟକୁ ପରାସ୍ତ କରି ନିଜ ଜୀବନରେ ଆଗକୁ ବଢ଼ୁଛନ୍ତି ସାହାରା।

ଏହାଛଡ଼ା ସେ ବିମାନ ଚଳାଚଳ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି।

Cyclone: ଟଳିଲା‌ ବିପଦ: ତୁହାକୁ ତୁହା ବର୍ଷା, ପ୍ରମୁଖ ନଦୀର ଜଳସ୍ତର ବଢ଼ୁଛି ନିଜର ପ୍ରଥମ ସିନେମାରେ ଅଭିନୟ ପାଇଁ ଚୁକ୍ତି କରିବା ପୂର୍ବରୁ ସାହାରା ପ୍ରଥମେ ବିବେକଙ୍କୁ ଜଣାଇ ତାଙ୍କ ଆଶୀର୍ବାଦ ନେଇଥିଲେ।

ବିବେକଙ୍କ ସହଯୋଗ ପାଇଁ ତାଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ ତାଙ୍କୁ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱୀକାର କରନ୍ତି ସାହାରା।

କନ୍ୟାଙ୍କ ସଫଳତା ସମ୍ପର୍କରେ ଶୁଣି ବିବେକ ଭାବୁକ ହୋଇ ତାଙ୍କୁ ଆଲିଙ୍ଗନ କରି ନିଜର ଖୁସି ବ୍ୟକ୍ତ କରିଥିଲେ।

କର୍କଟ ସହ ଲଢୁଥିବା ସେହି ଝିଅଟି ଆଜି ନିଜ ସ୍ୱପ୍ନ ଆଡ଼କୁ ଅଗ୍ରସର ହେଉଥିବା ଦେଖି ବିବେକ ଭାବବିହ୍ୱଳ ହୋଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।